Odisha Link
Bridging the Missing Links in Odisha

ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ହତ୍ୟା କଲା ତାଲିବାନ

କାବୁଲ: ତାଲିବାନ ଆଫଗାନିସ୍ତାନକୁ କବଜାୂ କରିବା ପରଠୁ ଦେଶରେ ଅନିଶ୍ଚିତତା ଓ ଆତଙ୍କର ବାତାବରଣ ଲାଗି ରହିଛି। ତାଲିବାନ ଗୋଟେ ପଟେ କହା ଉପରେ ପ୍ରତିଶୋଧ ନିଆଯିବ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ଆଜି ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି। ସାମ୍ବାଦିକ ଜଣଙ୍କ ଆଫଗାନିସ୍ତାନର ଗରିବ ଲୋକଙ୍କ ଅଭାବ ଅସୁବିଧା ଉପରେ ରିପୋର୍ଟିଂ କରୁଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି।

ସାମ୍ବାଦିକ ଜଣକ ଆଫଗାନିସ୍ତାନର ଘରୋଇ ନ୍ୟୁଜ୍ ଚ୍ୟାନେଲ ତୋଲୋ ନ୍ୟୁଜ୍ ପାଇଁ କାର୍ଯ୍ୟ କରୁଥିଲେ। ରିପୋର୍ଟ ଅନୁସାରେ ସାମ୍ବାଦିକ ଜିୟରା ୟାଦ୍ ଗରିବଙ୍କ ଅବସ୍ଥା ଉପରେ ରିପୋର୍ଟିଂ କରୁଥିବା ବେଳେ କିଛି ତାଲିବାନୀ ଆତଙ୍କବାଦୀ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ସେମାନେ ମଧ୍ୟ ୟାଦଙ୍କ ସହ ଥିବା ତାଙ୍କ କ୍ୟାମେରାମ୍ୟାନଙ୍କୁ ପିଟିଥିଲେ। ପିଟିବା ପରେ ଆତଙ୍କବାଦୀ ତାଙ୍କ କ୍ୟାମେରାକୁ ଭାଙ୍ଗି ଦେଇଥିଲେ।

ତାଲିବାନ ସମସ୍ତଙ୍କୁ ସର୍ବକ୍ଷମା ଘୋଷଣା କରି ଦେଶରେ ଶାନ୍ତି ବଜାୟ ରହିବାର କଥା କହୁଥିବା ବେଳେ ସାମ୍ବାଦିକଙ୍କ ହତ୍ୟା ପରେ ତାଲିବାନର ଅସଲ ଚେହେରା ଜଣାପଡୁଛି।

Leave A Reply

Your email address will not be published.