Odisha Link
Bridging the Missing Links in Odisha

ବିଲୁଆ ଆତଙ୍କ, ୧୦ରୁ ଅଧିକ ଲୋକ ଆହାତ

ବାଲିପାଟଣା: ବାଲିପାଟଣା ବ୍ଲକ ରାଜସ ଏବଂ କୃଷ୍ଣପୁର ଗ୍ରାମରେ ବିଲୁଆ ଆତଙ୍କ। ଦୁଇ ଦିନରେ ବିଲୁଆ କାମୁଡାରେ ୧୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି। ବିଲୁଆ ଆତଙ୍କ ଗ୍ରାମବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି।

ବିଲୁଆ ଭୟରେ ରାଜସ ଏବଂ କୃଷ୍ଣପୁର ଗ୍ରାମରେ ଦିନରେ ବି ତାଟି କବାଟ ପଡ଼ି ରହୁଛନ୍ତି ଲୋକେ। ବିଲୁଆ ଟି ଘରେ ପଶି ଲୋକ ମାନଙ୍କୁ କାମୁଡୁଛି। ବନ ବିଭାଗ ତୁରନ୍ତ ଏହି ବିଲୁଆକୁ କାବୁ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ବିଲୁଆ କାମୁଡାରେ ଲେକେ ଆହତ ହେବା ସହ ଗୃହପାଳିତ ପଶୁମାନେ ମଧ୍ୟ ବିଲୁଆ କାମୁଡ଼ାରେ ଜଳାନ୍ତକ ରୋଗର ଶିକାର ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।