Odisha Link
Bridging the Missing Links in Odisha

ଓଡ଼ିଆ ନ୍ୟୁରୋସର୍ଜନଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: ଓଡ଼ିଆ ନ୍ୟୁରୋସର୍ଜନଙ୍କୁ ଅନ୍ତର୍ଜାତୀୟ ସମ୍ମାନ। ଆମେରିକାନ ଆସୋସିଏସନ୍ ଅଫ୍ ନ୍ୟୁରୋଲଜିକାଲ ସର୍ଜନ୍ସ (AANS) ଓଡ଼ିଶା ଜନ୍ମିତ ନ୍ୟୁରୋସର୍ଜନ ବସନ୍ତ କୁମାର ମିଶ୍ରଙ୍କୁ ମିଳିଛି। ପ୍ରଥମ ଭାରତୀୟ ଭାବେ ସେ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଭାରତରେ ଉଚ୍ଚମାନର ଚିକିତ୍ସା ପାଇଁ ବସନ୍ତଙ୍କୁ ଏହି ପୁରସ୍କାର ମିଳିଛି।

ଦେଶରେ ମାତ୍ର ପାଖାପାଖି ୨ ହଜାର ନ୍ୟୁରୋସର୍ଜନ ରହିଛନ୍ତି, ଯାହା ବହୁତ କମ୍। ଏଭଳି ସ୍ଥିତିରେ ଆମେ ଭଲ ଚିକିତ୍ସା ସେବା ଯୋଗାଇଛୁ। ଆମେ ପାଖରେ ଭଲ ଭିତ୍ତିଭୂମି, କୌଶଳ ଓ ଟେକ୍ନୋଲୋଜି ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ତାଙ୍କୁ ୨୦୧୮ରେ ସମ୍ମାନଜନକ ଡକ୍ଟର ବିସି ରୟ ଜାତୀୟ ପୁରସ୍କାର ମିଳିଥିଲା। ​ସେ ବିଶ୍ୱର ପ୍ରଥମ ସର୍ଜନ ଭାବେ କମ୍ପ୍ୟୁଟର ଗାଇଡେଡ୍ ଆନେୟୁରିସିମ୍ ସର୍ଜରୀ କରିଥିଲେ।

୧୯୭୫ରେ ଭୀମସାର, ବୁର୍ଲାରେ ଶ୍ରୀ ମିଶ୍ର ଏମବିବିଏସ୍ ପାଠପଢ଼ା ସାରିଥିଲେ। ଏମବିବିଏସ୍ ପଢ଼ିବା ବେଳେ ତାଙ୍କୁ ୪ଟି ସ୍ୱର୍ଣ୍ଣ ପଦକ ମିଳିଥିଲା। ପରେ ୧୯୮୦ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ୍ ସର୍ଜରୀରେ ଡିଗ୍ରୀ ପାଇଥିଲେ। ୧୯୮୩ରେ ଏମ୍ସ ନୂଆଦିଲ୍ଲୀରୁ MCh ନ୍ୟୁରୋସର୍ଜରୀ କରିଥିଲେ।

ବସନ୍ତ ମିଶ୍ରଙ୍କ ବାପା ଜଣାଶୁଣା ଅର୍ଥନୀତି ବିଶେଷଜ୍ଞ ବୈଦ୍ୟନାଥ ମିଶ୍ର। ବୈଦ୍ୟନାଥ ମିଶ୍ର ମୁମ୍ବାଇ ପିଡି ହିନ୍ଦୁଜା ହସ୍ପିଟାଲ ଓ ମେଡିକାଲ ରିସର୍ଚ୍ଚ ସେଣ୍ଟରର ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ଅଛନ୍ତି।

Leave A Reply

Your email address will not be published.