Odisha Link
Bridging the Missing Links in Odisha

ନୀତିନ ପଟେଲଙ୍କ ବିବାଦୀୟ ମନ୍ତବ୍ୟ: ହିନ୍ଦୁ ସଂଖ୍ୟାଗରିଷ୍ଠ ନ ରହିଲେ, ରହିବନି ସମ୍ବିଧାନ କି ଗଣତନ୍ତ୍ର

ଗୁଜୁରାଟ: ଆମ ଦେଶ ଏକ ଧର୍ମନୀରପେକ୍ଷ ଦେଶ। ଏଠି ସମ୍ବିଧାନ ଓ ସବୁ ଧର୍ମକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଗୁଜୁରାଟ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ବିବାଦୀୟ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି। ଗୁଜୁରାଟ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏକ ଗଣମାଧ୍ୟମ ସମ୍ମିଳନୀରେ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଯେ, ସମ୍ବିଧାନ, ଧର୍ମନିରପେକ୍ଷତା, ଆଇନର କଥା ସେ ପର୍ଯ୍ୟନ୍ତ ଚାଲିବ ଯେପର୍ଯ୍ୟନ୍ତ ଭାରତରେ ହିନ୍ଦୁ ଅଛନ୍ତି।

ସେ ଆହୁରି କହିଛନ୍ତି, ଆମ ଦେଶରେ କିଛି ବ୍ୟକ୍ତି ସମ୍ବିଧାନ ଓ ଧର୍ମନିରପେକ୍ଷତା କଥା କହୁଛନ୍ତି କିନ୍ତୁ ଆପଣଙ୍କୁ କହୁଛି ଓ ଯଦି ଆପଣ ଏହାର ଭିଡିଓ ରେକର୍ଡିଂ କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ,ମୋ ଶବ୍ଦକୁ ଲେଖି ରଖନ୍ତୁ। ସମ୍ବିଧାନା, ଧର୍ମନିରପେକ୍ଷତା ଓ ଆଇନ ଆଦିର କଥା କହୁଥିବା ଲୋକ ଏମିତି ସେପର୍ଯ୍ୟନ୍ତ କହିବେ ଯେପର୍ଯ୍ୟନ୍ତ ହିନ୍ଦୁ ସଂଖ୍ୟାଗରିଷ୍ଠ ଅଛନ୍ତି। ଯେଉଁଦିନ ହିନ୍ଦୁ ସଂଖ୍ୟାଲଘୁ ହେବେ,ଅନ୍ୟମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିବ ସେତେବେଳେ ନା ଧର୍ମନିରପେକ୍ଷତା, ନା ଲୋକସଭା ଓ ନା ସମ୍ବିଧାନ ସବୁକିଛି ହାୱାରେ ଉଡାଇ ଦିଆଯିବ।

ଏହା ସହ ସେ ଏହା ମଧ୍ୟ କହିଥିଲେ ଯେ, ସମସ୍ତଙ୍କ ବାବଦରେ କହୁନାହାଁନ୍ତି। ଗୁଜୁରାଟରେ ଲକ୍ଷାଧିକ ମୁସଲମାନ ଦେଶଭକ୍ତ ଅଟନ୍ତି, ଲକ୍ଷାଧିକ ଖ୍ରୀଷ୍ଟିଆନ ଦେଶ ଭକ୍ତ ଅଟନ୍ତି। ଗୁଜୁରାଟ ପୋଲିସରେ ଥିବା ସବୁ ମୁସଲିମ ଅଧିକାରୀ ଦେଶଭକ୍ତ। ପଟେଲ ଏଭଳି ବୟାନ ଦେବା ବେଳେ ପାଖରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ପ୍ରଦୀପ ସିହଂ ଜାଡେଜା ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ଉପସ୍ଥିତ ଥିଲେ।

Leave A Reply

Your email address will not be published.