Odisha Link
Bridging the Missing Links in Odisha

ବିବାହ, ବ୍ରତ ଓ ଶୁଦ୍ଧି କାର୍ଯ୍ୟରେ ୨୫୦ ଲୋକଙ୍କୁ ଅନୁମତି

ଭୁବନେଶ୍ବର: ରାଜ୍ୟ ସରକାର ଜାରି କଲେ ସେପ୍ଟେମ୍ବର ମାସ ଗାଇଡଲାଇନ୍। ନୂଆ ଗାଇଡଲାଇନ୍‌ ନେଇ ପ୍ରେସବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

ନୂଆ ଗାଇଡଲାଇନ୍ ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ କୋଭିଡ୍‌ ନିୟମ ବଳବତ୍ତର ରହିବ। ରାଜ୍ୟର ୩ ସହର​‌ରେ ଲାଗୁ ହୋଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌କୁ ହଟାଯାଇଛି। ଏଣିକି କୌଣସି ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁହେବ ନାହିଁ। ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ରହିବ ବୋଲି କହିଛନ୍ତି। ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ରହିବ। ସକାଳ ୫ଟାରୁ ରାତି ୧୦ ଯାଏଁ ମଲ, ଦୋକାନ ବଜାର ଖୋଲାରହିବ ବୋଲି ସୂଚନା ରହିଛି।

ସେହିପରି ବିବାହ ଓ ବ୍ରତ କାର୍ଯ୍ୟରେ ଏଣିତି ୨୫୦ ଜଣ ଉପସ୍ଥିତ ରହିପାରିବେ। ଏହା ସହିତ ସୁଦ୍ଧିକ୍ରିୟାରେ ମଧ୍ୟ ୨୫୦ ଜଣ ଯୋଗ ଦେଇ ପାରିବେ। ସେହିପରି ସିନେମା ହଲ୍‌ରେ ଶତ ପ୍ରତିଶତ ଦର୍ଶକ ବସିପାରିବେ।ଅଡିଟୋରିଅମ, ମଲ୍‌ ଓ ହଲ୍‌ରେ ଟିକା ସାର୍ଟିଫିକେଟ୍‌ ବାଧ୍ୟତାମୂଳକ ନୁହେଁ। ପୂର୍ବପରି ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ ସମାବେଶକୁ ନା। ଧାର୍ମିକ ଅନୁଷ୍ଠାନ ଓ ପର୍ବ ପର୍ବାଣୀ ନେଇ ଜାରି ରହିବ ଅଗଷ୍ଟ ଗାଇଡ୍‌ଲାଇନ୍‌ ନେଇ ଗାଇଡଲାଇନ୍‌ ଜାରି କରିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା।

Leave A Reply

Your email address will not be published.