Odisha Link
Bridging the Missing Links in Odisha

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ୍। କ୍ରାଇମ୍ ବ୍ରାଞ୍ଚର ଟିମ୍ ଜେରା କରିବା ନେଇ କ୍ରାଇମ୍ ବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ଏହି ମାମଲାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ଦିଆଯିବା ପରେ ତଦନ୍ତକାରୀ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ କରିବା ସହ ଡିଏଫ୍ ଓଆଇଆସି ମମତା ପଣ୍ଡା, ରୋଷେୟା ସହ ଅନ୍ୟମାନଙ୍କୁ ଜେରା କରିଛନ୍ତି। ସେହିପରି ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯିବ। ଅଭିଯୋଗ ମୃତ ସୌମ୍ୟଙ୍କ ପରିବାର ଲୋକ ଏଥିରେ ଡିଏଫ୍ ଓ ସହ ଅନ୍ୟମାନଙ୍କର ସମ୍ପୃକ୍ତି ଥିବା କଥା ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣା ପଛର ରହସ୍ୟ ଜଣାନଡିନାହିଁ। ମାମଲାର ତଦନ୍ତ ଭାର ପ୍ରଥମେ ଗଜପତି ପୋଲିସ ଆଉ ପରେ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ଏହିକ୍ରମରେ କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ପ୍ରାୟ ୧୪ଜଣଙ୍କୁ ଜେରା କରିସାରିଛି। ଏମାନଙ୍କ ମଧ୍ୟରେ ଡିଏଫଓ, ରୋଷେୟା ଆଦି ଅନେକଙ୍କୁ ଜେରା ହୋଇସାରିଛି।

Leave A Reply

Your email address will not be published.