Odisha Link
Bridging the Missing Links in Odisha

ରାସ୍ତାକଡ଼ରୁ ଡେଲିଭରି ବୟର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଡେଲିଭରି ବୟର ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ମୃତ ଯୁବକଙ୍କ ନାଁ ସାନ୍ତନୁ। ସେ ପାଣ୍ଡରାରେ ରହୁଥିବା ବେଳେ ଅନଲାଇନ୍ ଡେଲିଭରି ବୟ ଭାବେ କାମ କରୁଥିଲେ। ତାଙ୍କ ମୃତଦେହ ନିକଟରେ ଏକ ସାର୍ଟ ପଡ଼ିଥିବା ବେଳେ ତାଙ୍କ ଶରୀରର ଅନେକ ସ୍ଥାନରେ ଟାଟୁ ରହିଛି। ତେବେ କିପରି ତାଙ୍କର ମୃତ୍ୟୁ ଘଟିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ମୃତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଯୁବକଙ୍କ ଜଣଙ୍କ ଅନ୍‌ଲାଇନ୍ ଡେଲିଭରି ଦେବାକୁ ଆସିଥିଲେ। ସେହି ସମୟରେ ତାଙ୍କ ସହ କିଛି ଅଘଟଣ ଘଟିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.