Odisha Link
Bridging the Missing Links in Odisha

ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇ ଅଧାରୁ ଶୁଟିଂ ଛାଡ଼ିଲେ ଶେହନାଜ

ମୁମ୍ବାଇ: ବଲିଉଡ୍ ଓ ଟେଲି ଜଗତର ଫେମ୍ ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଆଜି ହୃଦଘାତ କାରଣରୁ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ୪୦ ବର୍ଷ ବୟସ ହୋଇଥିଲା। ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ମେଡିକାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ​ତାଙ୍କ ଦେହାନ୍ତ ଖବର ପାଇ ପୂରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି।

ସିଦ୍ଧାର୍ଥ ଦେହାନ୍ତ ଖବର ପାଇବା ମାତ୍ରକେ ଭାଙ୍ଗି ପଡ଼ିଛନ୍ତି ବିଗ୍ ବସ୍-୧୩ରେ ତାଙ୍କ ସହପ୍ରତିଯୋଗୀ ଥିବା ଶେହନାଜ୍ ଗିଲ୍। ଖବର ପାଇ ଶେହନାଜ୍ ଅଧାରୁ ଶୁଟିଂ ଛାଡ଼ି ଦେଇଛନ୍ତି।

ଖବର ଅନୁଯାୟୀ, ଅଭିନେତା ସିଦ୍ଧାର୍ଥ ଶୁକ୍ଲା ରାତିରେ ଶୋଇବା ସମୟରେ କିଛି ଔଷଧ ଖାଇଥିଲେ। ଯାହାପରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ମୁମ୍ବାଇ ସ୍ଥିତ କୁପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି।

ସିଦ୍ଧାର୍ଥଙ୍କ ସହ ଶେହନାଜଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍ ଖୁବ୍ ପସନ୍ଦ କରୁଥିବା ବେଳେ ଦୁହେଁ ପରସ୍ପରକୁ ଭଲ ପାଉଥିବା ମଧ୍ୟ ଗୁଜବ ଉଠେ। କିନ୍ତୁ ଏପର୍ଯ୍ୟନ୍ତ କେହିକି ଖୁଲମଖୁଲା ନିଜ ସମ୍ପର୍କର ଖୁଲାସା କରିନଥିଲେ।ବିଗ୍ ବସ୍-୧୩ରେ ସିଦ୍ଧାର୍ଥ ଓ ଗିଲ୍ ପରସ୍ପର ନିକଟତର ହୋଇଥିଲେ। ସେମାନଙ୍କର ବନ୍ଧୁତା ଶୋ’ ଶେଷ ହେବା ପରେ ମଧ୍ୟ ବଳବତ୍ତର ରହିଥିଲା। ଏହି ଯୋଡ଼ି ସୋଶାଲ ମିଡିଆରେ ସବୁଠାରୁ ପସନ୍ଦର ଯୋଡ଼ି ଆଖ୍ୟା ପାଇଥିଲେ। ନିକଟରେ ଶେହନାଜ ଓ ସିଦ୍ଧାର୍ଥ ବିଗ୍ ବସ୍ ଓଟିଟିରେ ଅତିଥି ଭାବେ ନଜର ଆସିଥିଲେ।

Leave A Reply

Your email address will not be published.