Odisha Link
Bridging the Missing Links in Odisha

ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସର୍ଟ ଫିଲ୍ମ ମନୋନୀତ

ଭୁବନେଶ୍ୱର: ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସର୍ଟ ଫିଲ୍ମ ମନୋନୀତ। ବାଲେଶ୍ଵରର ଶିଳ୍ପୀ କେଶୁଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯ ଫିଲ୍ମ ମନୋନୀତ ହୋଇଛି। ଜେବିଏସ୍ ଓ ଓରିଫାର୍ମିଙ୍ଗ ଭୁବନେଶ୍ୱର ଦ୍ବାରା ଆୟୋଜିତ ୨ୟ କୋଭିଡ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଏହା ମନୋନୀତ ହେଇଛି। ଭାରତ ସହ ଅନ୍ୟାନ୍ୟ ଦେଶର ମୋଟ ୨୭୫ଟି ଫିଲ୍ମ ଆସିଥିବା ବେଳେ ଓଡ଼ିଶାର ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର ସ୍ଥାନିତ ହୋଇଛି।

ବାଲେଶ୍ଵରରୁ ଏହା ଏକମାତ୍ର ଫିଲ୍ମ ମନୋନୀତ ହୋଇଛି। ଗାଁରେ ପଡିଥିବା ଭଙ୍ଗା ହାଣ୍ଡି ଖପରା କାତିକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ସବୁ କାନ୍ଥ ଆଙ୍କୁଥିବାର ଦୃଶ୍ୟକୁ ସୁନ୍ଦର ଭାବରେ ଏହି ଫିଲ୍ମରେ ପ୍ରଦର୍ଶିତ କରାଯାଇଛି।

ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଳକର ବାବନ୍ଧ ଗାଁରେ ଆଦିବାସୀ ଝିଅକୁ ଏହି କ୍ଷୁଦ୍ର ଚଳଚିତ୍ରରେ ସ୍ଥାନ ଦିଆଯାଇଛି। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଶିଲୀ ଜଣେ କୁନି ଖପରାଶିଳ୍ପୀ। କୋରନା ସମୟରେ ପାଠପଢ଼ା ସହ ବାପାମାଆଙ୍କୁ ଘର କାମରେ ସାହାଯ୍ୟ କରେ। ଏହା ସହ ଗାଁ ଲୋକମାନଙ୍କୁ କୋରନା ସଚେତନତା କରୁଥିବା ଏହି ଫିଲ୍ମରେ ଦେଖିବାକୁ ମିଳିଛି।

Leave A Reply

Your email address will not be published.