Odisha Link
Bridging the Missing Links in Odisha

ପାରାଲିମ୍ପିକ୍ସ: ଆର୍ଚେରୀରେ ହରବିନ୍ଦରଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ଆଜି ଆର୍ଚେରୀରେ ପ୍ରଥମ ପଦକ ହାସଲ କରିଛି ଭାରତ। ହରବିନ୍ଦର ସିଂ ଆର୍ଚେରୀରେ ବ୍ରୋଞ୍ଜ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଭାରତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ହାସଲ କରିଛି। ପଦକ ତାଲିକାରେ ଭାରତ ୩୭ ତମ ସ୍ଥାନରେ ରହିଛି।

ଶୁକ୍ରବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କୋରିଆର କିମ ମିନ ସୁଙ୍କୁ ପରାସ୍ତ କରିଥିଲେ। ହରବିନ୍ଦର ଏବଂ କିମଙ୍କ ମଧ୍ୟରେ ଶୁଟ ଅଫ ହୋଇଥିବା ବେଳେ ହରବିନ୍ଦର ବାଜି ମାରି ନେଇଥିଲେ। ହରବିନ୍ଦରଙ୍କ ପଦକକୁ ମିଶାଇ ଶୁକ୍ରବାର ଭାରତ ୩ ପଦକ ହାସଲ କରିଛି। ପୂର୍ବରୁ ହାଇ ଜମ୍ପର ପ୍ରବୀଣ କୁମାର ଏବଂ ଶୁଟର ଅବନୀ ଲେଖାରା ଗୋଟିଏ ଲେଖାଏଁ ପଦକ ହାସଲ କରିଥିଲେ।

Leave A Reply

Your email address will not be published.