Odisha Link
Bridging the Missing Links in Odisha

ପାଣିରେ ବୁଡି ଡାକ୍ତରଖାନା ଗଲେ ଗର୍ଭବତୀ

ବିହାର: ପାଣିରେ ବୁଡି ଡାକ୍ତରଖାନା ଗଲେ ଗର୍ଭବତୀ। ପ୍ରବଳ ବର୍ଷା କାରଣରୁ ବିହାରରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଛି। ଏହି ସମୟରେ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନା ଯିବା ବେଳେ ବିପଦରେ ସମ୍ମୁଖୀନ ହୋଇଛନ୍ତି।
ବନ୍ୟା ଯୋଗୁଁ ମହିଳାଙ୍କୁ ଆଣ୍ଠୁ ପର୍ଯ୍ୟନ୍ତ ପାଣିରେ ବୁଡି ଡାକ୍ତରଖାନା ପହଞ୍ଚିବାକୁ ପଡିଛି। ଏଭଳି ଅଭାବନୀୟ ଦୃଶ୍ୟ ବିହାରର ଲାଲଗଞ୍ଜ ଠାରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦିଙ୍କ ସମେତ ତାଙ୍କ ଶାଶୁ ମହିଳାଙ୍କୁ ନେଇ ପାଣିରେ ବୁଡି ଲାଲଗଞ୍ଜ ରେଫରାଲ ହସପିଟାଲରେ ପହଞ୍ଚିଥିଲେ। ଲାଲଗଞ୍ଜ ରେଫରାଲ ହସପିଟାଲ ଏକ ସପ୍ତାହ ଧରି ପାଣିଘେରରେ ରହିଛି। ଏଥିପାଇଁ ସେଠାକାର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବନ୍ୟା ବିପତ୍ତି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍‌ ହୋଇଯିବାରୁ ରୋଗୀ ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ଡାକ୍ତରଖାନାରେ ଷ୍ଟ୍ରେଚର କିମ୍ବା ଅନ୍ୟାନ୍ୟ ସୁବିଧା ନଥିବା କାରଣରୁ ମହିଳା ଜଣଙ୍କ ନିଜ ଜୀବନକୁ ପାଣି ଛଡାଇ ୨୦୦ ମିଟର୍ ପାଣିରେ ବୁଡି ଡାକ୍ତରଖାନା ଆସିଥିଲେ।

Leave A Reply

Your email address will not be published.