Odisha Link
Bridging the Missing Links in Odisha

ବିରଳ ଯୋଡା ମୁଣ୍ଡ ଶିଶୁ, ଜନ୍ମର କିଛି ଘଣ୍ଟା ପରେ ମୃତ

ଘଟଗାଁ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ସକାଳେ ଏକ ଅଦ୍ଭୁତ ବିରଳ ଶିଶୁ ପୁତ୍ର ଜନ୍ମ ହୋଇଛି। ଶିଶୁଟିର ଦୁଇଟି ମୁଣ୍ଡ ରହିଛି। ଦୁଇଟି ମସ୍ତିସ୍କ ଥିବା ଅଦ୍ଭୁତ ଶିଶୁପୁତ୍ରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।

ସୂଚନା ଅନୁଯାୟୀ, ରାଇଡିହା ଗ୍ରାମର ମୂରଲୀଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକଙ୍କ ପ୍ରସବ ବେଦନା ହେବା ପରେ ଶୁକ୍ରବାର ରାତି ୧ଟା ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ସକାଳେ ଏହି ଅଦ୍ଭୁତ ଦୁଇଟି ମୁଣ୍ଡ ଥିବା ଶିଶୁ ପୁତ୍ର ଜନ୍ମ ନେଇଥିଲା। ସେଥିମଧ୍ୟରୁ ଗୋଟିଏ ମସ୍ତିସ୍କ ଜୀବିତ ଥିବାବେଳେ ପ୍ରାୟ ୧ ଘଣ୍ଟା ପରେ ଉକ୍ତ ସନ୍ତାନର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିବା ହରିଚନ୍ଦନପୁର ମେଡିକାଲରେ ପ୍ରଥମ ବୋଲି କୁହାଯାଉଛି। ଅଦ୍ଭୁତ ପୁତ୍ର ସନ୍ତାନ ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।