Odisha Link
Bridging the Missing Links in Odisha

ଟିଏମସିରେ ସାମିଲ ହେଲେ ସୌମେନ ରାୟ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ପାଇଁ ଉପ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିବା ବେଳେ ଝଟକା ଦେଇ ଚାଲିଛନ୍ତି ମମତା ବାନାର୍ଜୀ। ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ ହୋଇଛନ୍ତି କାଲିଆଗଞ୍ଜର ବିଧାୟକ ସୌମେନ।

ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ରାୟ ପୂର୍ବରୁ ଟିଏମସିରେ ହିଁ ଥିଲେ ଏବଂ ନିର୍ବାଚନ ପୂର୍ବରୁ ବିଜେପିକୁ ଚାଲି ଯାଇଥିଲେ। ଏବେ ପୁଣି ସୋମେନ ଘରକୁ ବାହୁଡିଛନ୍ତି। ବିଜେପି ଟିକେଟରୁ ବିଧାନସଭା ନିର୍ବାଚନରେ ସେ ବିଜୟୀ ହେବା ପରେ ଦଳରେ କିନ୍ତୁ ସକ୍ରିୟ ନଥିଲେ। ଟିଏମସି ନେତାଙ୍କ ସହ ତାଙ୍କର ସମ୍ପର୍କ ବଢ଼ାଇ ଦଳକୁ ଫେରିବାକୁ ଉଦ୍ୟମ କରୁଥିଲେ।

ସୂଚନାଯୋଗ୍ୟ, ଗୋଟିଏ ସପ୍ତାହ ଭିତରେ ବିଜେପିର ଦୁଇ ଜଣ ବିଧାୟକ ଟିଏମସିରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୩୦ରେ ବିଷ୍ଣୁପୁରରୁ ବିଧାୟକ ତନ୍ମୟ ଘୋଷ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସୌମେନ ରାୟ ଟିଏମସିରେ ସାମିଲ୍ ହେବା ପରେ ବିଧାନସଭାରେ ବିଜେପିର ସଂଖ୍ୟା ହ୍ରାସ ଘଟି ୭୧ରେ ପହଞ୍ଚିଛି।

Leave A Reply

Your email address will not be published.