Odisha Link
Bridging the Missing Links in Odisha

ସିଇଟିକୁ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଧେୟକ ଆଜି ବିଧାନସଭାରେ ପାରିତ ହୋଇଛି। ଏହି ବିଲ୍‌ ପାରିତ ହେବା ଦ୍ୱାରା କଲେଜ ଅଫ୍‌ ଇଞ୍ଜିନିୟରି ଆଣ୍ଡ ଟେକ୍ନୋଲୋଜି (ସିଇଟି) ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ନାମିତ ହେବ।

ଏଠାରେ ସମାଜର ଉନ୍ନତି ସାଧନ ପାଇଁ ଯାନ୍ତ୍ରିକ ବିଦ୍ୟା, ପ୍ରଯୁକ୍ତି ବିଦ୍ୟା ଏବଂ ତାର ପ୍ରୟୋଗ, ସ୍ଥପିତ ବିଦ୍ୟା, ଯୋଜନା, ମ୍ୟାନେଜମେଣ୍ଟ ଓ ପ୍ରାୟୋଗିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ତାଲିମକୁ ବିକଶିତ କରାଯିବ।

ଗୋଟିଏ ପକ୍ଷରେ ଶୈକ୍ଷିକ ଓ ଗବେଷକ ଗୋଷ୍ଠୀ ଓ ଅନ୍ୟ ପକ୍ଷରେ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସମ୍ପର୍କ ବୃଦ୍ଧି କରିବା ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ।

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଅତ୍ୟାଧୁନିକ ବିକାଶ ସମ୍ପର୍କରେ ଅବଗତ ହେବା ଲକ୍ଷ୍ୟରେ ଭାରତ ତଥା ବିଦେଶର ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ଗୁଡ଼ିକ ସହ ଅଦାନପ୍ରଦାନ କାର୍ଯ୍ୟକ୍ରମ ସଂଗଠିତ କରାଯିବ।

Leave A Reply

Your email address will not be published.