Odisha Link
Bridging the Missing Links in Odisha

ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ। ଉପନିର୍ବାଚନ ତାରିଖ ଘୋଷଣା ପରେ ତୃଣମୂଳ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି।  ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବା ନେଇ ଦଳ ଘୋଷଣା କରିଛି।

ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ମମତା ବାନାର୍ଜୀ। କିନ୍ତୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସେଠାରେ ବିଜୟୀ ହୋଇଥିଲେ। ୬ ମାସ ମଧ୍ୟରେ କୌଣସି ଆସନରୁ ସଦସ୍ୟତା ଗ୍ରହଣ କରିବା ବାଧ୍ୟତାମୂଳକ ଥିବାବେଳେ ଭବାନୀପୁୂର ଆସନରୁ ନିର୍ବାଚନ ଲଢିଥିବା ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ ଭବାନୀପୁର ଆସନରୁ ମମତା ନିର୍ବାଚନ ଲଢିବେ ବୋଲି ଆଶଙ୍କା କରାଯାଉଥିଲା ବେଳେ ଦଳ ତାଙ୍କୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରିଛି।

୩୦ ସେପ୍ଟେମ୍ବରରେ ମତଦାନ ହେବ। ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦ୍ବାରା ସ୍ଥିର କରାଯାଇଥିବା ସୂଚୀ ଅନୁଯାୟୀ ସେପ୍ଟେମ୍ବର ୧୩ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେବ। ପ୍ରାର୍ଥୀମାନେ ୧୬ ସେପ୍ଟେମ୍ବର ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଅକ୍ଟୋବର ୩ରେ ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.