Odisha Link
Bridging the Missing Links in Odisha

ଆଜିଠୁ ଖୋଲିଲା ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ଖୋଲିଲା ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କ୍ଲାସ ରୁମରେ ଆରମ୍ଭ ହେବ ଶିକ୍ଷାଦାନ। ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍‌ନିକ୍‌, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନେ କ୍ଲାସ ରୁମ୍‌ରେ ଶିକ୍ଷାଗ୍ରହଣ କରିବେ। କ୍ଲାସ ରୁମରେ ଗହଳି କମାଇବାକୁ ବିଭିନ୍ନ ବ୍ୟାଚ କରି ଶିକ୍ଷା ଦାନ ଦିଆଯିବ।

କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଓ କଲେଜ କର୍ମଚାରୀ ଅଫ୍‌ଲାଇନ୍‌ କ୍ଲାସରେ ଯୋଗ ଦେଇପାରିବେ ନାହିଁ। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା, ବାଧ୍ୟତାମୂଳକ କରାଯାଇଥିବା ବେଳେ ହ୍ୟାଣ୍ଡଓ୍ଵାସ୍‌ ଓ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି। ସୋମବାର ଠାରୁ କ୍ଲାସ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ରବିବାର ଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲାଯାଇଛି।

Leave A Reply

Your email address will not be published.