Odisha Link
Bridging the Missing Links in Odisha

ପଞ୍ଜଶୀରକୁ ସମ୍ପୂର୍ଣ୍ଣ ଦଖଲ କଲା ତାଲିବାନ

କାବୁଲ: ପଞ୍ଜଶୀରକୁ ଦଖଲ ତାଲିବାନ। ପଞ୍ଜଶୀର ଘାଟିରେ ଉଡ଼ିଲା ତାଲିବାନ ପତାକା। ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ପଞ୍ଜଶିରକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିଥିବା ନେଇ ତାଲିବାନ ଦାବି କରିଛି।

ଆତଙ୍କବାଦୀ ସଙ୍ଗଠନର କହିବାନୁସାରେ, ସେମାନେ ପଞ୍ଚଶିରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେମାନେ ରେଜିଷ୍ଟାନ୍ସ ଫୋର୍ସ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି। ଏଥିସହ ପଞ୍ଚଶିରା ଘାଟି ପୂରାପୁରି ଇସ୍‌ଲାମ ଅମିରାତର ନିୟନ୍ତ୍ରଣକୁ ଆସିଯାଇଛି।

ଏଥିସହ ତାଲିବାନ ପଞ୍ଜଶିରରୁ କିଛି ଫଟୋ ମଧ୍ୟ ଜାରି କରିଛି। ଏଥିରେ ଦେଖିବାକୁ ମିଳିଛି ଯେ କିଛି ବନ୍ଧୁକଧାରୀ ତାଲିବାନୀ ସେନା ପଞ୍ଜଶିରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଛନ୍ତି। ଏଥିସହ ପଞ୍ଜଶିରରେ ତାଲିବାନ ପତାକା ଉଡୁଥିବା ମଧ୍ୟ ଦେଖିବାକୁ ମିଳିଛି।