Odisha Link
Bridging the Missing Links in Odisha

୧୦ ଦଫା ଦାବିରେ ବୌଦ୍ଧରେ ବନ୍ଦ ଡକରା

ବୌଦ୍ଧ: ୧୦ ଦଫା ଦାବିରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡକରା। ସୋମବାର ସକାଳ ୬ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି।

ବନ୍ଦ ପ୍ରଭାବରେ ବେସରକାରୀ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ବୌଦ୍ଧ ଜିଲ୍ଲା ୧୯୯୪ ମସିହାରୁ ନୂତନ ଜିଲ୍ଲା ଭାବେ ମାନ୍ୟତା ପାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ମୁଖ୍ୟ ଦାବି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଅପସାରଣ କରାଯାଇ ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଆୟୁକ୍ତରେ ସାମିଲ କରିବା ପାଇଁ କଂଗ୍ରେସ ଦାବି କରିଛି।

ସେହିପରି ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ଆଉଏକ ନୂତନ ସବଡିଭିଜନ, ଜିଲ୍ଲା ପରିଷଦ ଜୋନ୍ ସଂଖ୍ୟା ୯ ରୁ ୧୮କୁ ବୃଦ୍ଧି କରିବା, ଆଉ ତିନୋଟି ବ୍ଲକ ସ୍ଥାପନ କରିବା, ଜିଲ୍ଲାରେ ସମୁଦାୟ ୬୯ ଟି ପଞ୍ଚାୟତ ରହିଥିବା ବେଳେ ଏହାକୁ ବୃଦ୍ଧି କରି ୧୨୧ ଟି ପଂଚାୟତ ଗଠନ କରିବା ପାଇଁ ଦାବି ହୋଇଛି।

ସେହିପରି ବୌଦ୍ଧ ବିଜ୍ଞାପିତ ଅଞ୍ଚଳକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ସହ ଜିଲ୍ଲାରେ ଆଉ ୪ଟି ଅଞ୍ଚଳକୁ ଏନଏସି ମାନ୍ୟତା ଦାବି ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲାରେ ଆଉ ୪ଟି ନୂତନ ଥାନା ପ୍ରତିଷ୍ଠା ନେଇ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.