Odisha Link
Bridging the Missing Links in Odisha

ମାନସ ଦାସଙ୍କ ଘରେ ଚଢାଉ

ଭୁବନେଶ୍ୱର: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ଚଢାଉ। ଭୁବନେଶ୍ୱର ସ୍ଥିତ ଘରେ ସହିଦ ନଗର ପୁଲିସ ସହ ଖୋର୍ଦ୍ଧା ପୁଲିସର ରେଡ୍। ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଛି ପୁଲିସ। ମାନସ ଦାସ ଗିରଫ ପରେ ଏବେ ଝାରପଡା ଜେଲରେ ଅଛନ୍ତି। ମାନସଙ୍କ ପୁଅ ମନୋରଞ୍ଜନ ଦାସ ମଧ୍ୟ ଜେଲରେ ଅଛନ୍ତି।

ଚଢାଉ ସମ୍ପର୍କରେ ଖୋର୍ଦ୍ଧା ଏସଡିପିଓ ସୁଶିଲ ମିଶ୍ର କହିଛନ୍ତି ଯେ, ‘ମାନସ ଦାସଙ୍କ ମାନବବାଦ ସଙ୍ଗଠନ ସମ୍ପର୍କରେ ଯାଞ୍ଚ କରୁଛୁ। ସଙ୍ଗଠନ ରେଜିଷ୍ଟ୍ରେସନ ହୋଇଛି କି ନାହିଁ, ତାହା ଯାଞ୍ଚ ଚାଲିଛି। ଘରୁ କିଛି ଫଟୋ, ବ୍ୟାନର ମିଳିଛି।’ ତେବେ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନସ ଦାସ। ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ ଆଦି ଦଫାରେ ତାଙ୍କୁ ଗିରଫ କରାଯାଇଛି।