Odisha Link
Bridging the Missing Links in Odisha

ଓଏସଏସସି ଦୁର୍ନୀତି ମାମଲାରେ ଛାତ୍ର କଂଗ୍ରେସ-ପୁଲିସ୍ ଧସ୍ତାଧସ୍ତି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ଦୁର୍ନୀତିକୁ ନେଇ ପ୍ରତିବାଦ। ନିଯୁକ୍ତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିଛି।  ବିଧାନସଭା ଚାଲିଥିବାବେଳେ ନିଜର ଦାବି ରଖିବା ପାଇଁ ଛାତ୍ର କଂଗ୍ରେସ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି।

ବିଧାନସଭା ଘେରାଉ ବେଳେ  ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପଜିଛି। ଛାତ୍ରମାନେ ବାରିକେଡ ଭାଙ୍ଗି ଦେଇଥିବା ଜଣାଯାଇଛି। ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ଦୁର୍ନିତୀ ମାମଲା, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଏବଂ  ପ୍ରତାପ ଜେନାଙ୍କ ଗିରଫ ଦାବି କରି ଛାତ୍ର କଂଗ୍ରେସ ଏହି ବିକ୍ଷୋଭ କରିଛି।

ଜଣେ କିରାଣିଙ୍କୁ ଗିରଫ କରି ସରକାର ନିଜ ଦାୟିତ୍ୱ ସାରି ଦେଲେ ଚଳିବ ନାହିଁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜରାସ୍ତାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଛାତ୍ର କଂଗ୍ରେସ କହିଛି।