Odisha Link
Bridging the Missing Links in Odisha

ଶିଖର-ଆୟଶାଙ୍କ ବିବାହ ବିଚ୍ଛେଦ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଓ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଏ ସମ୍ପର୍କରେ ନିଜେ ଆୟେଶା ଇନଷ୍ଟାଗ୍ରାମରେ ଭାବବିହ୍ୱଳ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି। ପ୍ରାୟ ୯ ବର୍ଷ ଧରି ଏକାଠି ରହିବା ପରେ ଶେଷରେ ଅଲଗା ହୋଇଛନ୍ତି ଧୱନ ଦମ୍ପତି।

ମେଲବର୍ଣ୍ଣର ବକ୍ସର ଆୟେଶାଙ୍କୁ ଶିଖର ଧୱନ ୨୦୧୨ରେ ପ୍ରେମ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଦୁଇ କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ। ଧୱନ ସମସ୍ତଙ୍କୁ ଆପଣାଇ ନେଇଥିଲେ। ୨୦୧୪ରେ ଧୱନ ଓ ଆୟେଶାଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା। ତାଙ୍କ ନାଁ ଜୋରାଭର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଖର ଧୱନଙ୍କ ବୟସ ୩୫ ହୋଇଥିବା ବେଳେ ଆୟେଶାଙ୍କ ବୟସ ୪୬ ବର୍ଷ।

ଆୟେଶା ଓ ଧୱନଙ୍କ ମଧ୍ୟରେ ଭଲ ପାଇବେ ଏତେ ଅଧିକ ଥିଲା ଯେ ଉଭୟ ସବୁଆଡ଼େ ଏକାଠି ଯାଉଥିଲେ। ଧୱନଙ୍କ ପ୍ରତିଟି ମ୍ୟାଚ୍‌ରେ ଆୟେଶା ଉପସ୍ଥିତ ରହୁଥିଲେ। କିନ୍ତୁଆୟେଶା ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରି ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି।

ଆୟେଶା ଇନଷ୍ଟାଗ୍ରାମରେ ବିବାହ ବିଚ୍ଛେଦ ସମ୍ପର୍କରେ ପୋଷ୍ଟ କରି କହିଛନ୍ତି, “ଥରେ ଛାଡ଼ପତ୍ର ହେବା ପରେ ଲାଗୁଥିଲା ଯେ ଦ୍ୱିତୀୟ ଥର ଅନେକ କିଛି ବାଜିରେ ଲାଗିଛି। ମୋତେ ଅନେ କିଛି ପ୍ରମାଣ କରିବାକୁ ପଡ଼ିବ। ତେଣୁ ଯେତେବେଳେ ମୋର ଦ୍ୱିତୀୟ ବିବାହ ବିଚ୍ଛେଦ ହେଲା, ତା’ହା ଅତ୍ୟନ୍ତ ଭୟଙ୍କର ଥିଲା। ମୁଁ ଭାବୁଥିଲି ଛାଡ଼ପତ୍ର ଗୋଟିଏ ଖରାପ ଶବ୍ବ। କିନ୍ତୁ ମୋର ଦୁଇଥର ଛାଡ଼ପତ୍ର ହୋଇଗଲା।”

Leave A Reply

Your email address will not be published.