Odisha Link
Bridging the Missing Links in Odisha

ମୂର୍ତ୍ତି ଉଚ୍ଚତାକୁ ନେଇ ପୂଜା କମିଟି ସହ ସରକାରଙ୍କ ଆଲୋଚନା

କଟକ: ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆରମ୍ଭ ହେଲା ବୈଠକ। କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟକୁ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ବୈଠକରେ ଶାନ୍ତି କମିଟି ଓ ପୂଜା କମିଟି ସହ ଚାଲିଛି ଆଲୋଚନା ବୈଠକ।

ବୈଠକରେ ବବି ଦାସ, ଏସଆରସି, ସୁବାସ ସିଂ, ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ ଓ କଟକର ବିଭିନ୍ନ ପୂଜା କମିଟି ସଦସ୍ୟ ସାମିଲ ହୋଇଛନ୍ତି।

ଗତକାଲି ପୂଜା ଗାଇଡଲାଇନକୁ ନେଇ ଗୃହରେ ହୋହାଲ୍ଲା ହଙ୍ଗାମା ହୋଇଥିଲା। ମୂର୍ତି ଉଚ୍ଚତା ବୃଦ୍ଧି ଓ ତିନି ପାଶ୍ୱର୍ରୁ ପରଦା ଉଠାଇବା ଦାବିରେ ଗୃହରେ ହୋହାଲ୍ଲା ହୋଇଥିଲା। କାଲି ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ। ସେପଟେ ବିଜେପି ମଧ୍ୟ ସମାନ ଦାବି କରିଛି। ପୂଜା କଟକଣା ହଟାଇବାକୁ ଦାବି କରିଛି ଦଳ। ପୂଜା କଟକଣା ନିଷ୍ପତିର ପୁର୍ନବିଚାର କରିବା ପାଇଁ ବାଚସ୍ପତି ରୁଲିଂ ଦେଇଥିଲେ।

Leave A Reply

Your email address will not be published.