Odisha Link
Bridging the Missing Links in Odisha

ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ତୀବ୍ରତା ୭.୪

ମେକ୍ସିକୋ: ଶକ୍ତିଶାଳୀ ଭୂକମ୍ପ ଝଟ୍‌କା। ମେକ୍ସିକୋର ଦକ୍ଷିଣରେ ଥିବା ଅକାପୁଳ୍କୋ ସହରରେ ୭.୪ ତୀବ୍ରତାର ଭୂକମ୍ପ। ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଅଟ୍ଟାଳିକା ଥରିଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଗୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋରେ ଭୂକମ୍ପ ଅନୁଭୂତ ହୋଇଛି।

୭.୪ ତୀବ୍ରତାର ଭୂକମ୍ପ ପରେ ବର୍ତ୍ତମାନ ମେକ୍ସିକୋରେ ସୁନାମି ହେବାର ଆଶଙ୍କା ରହିଛି। ପାଣିପାଗ ବିଶେଷଜ୍ଞମାନେ ଏ ସମ୍ପର୍କରେ ଏକ ଚେତାବନୀ ମଧ୍ୟ ଜାରି କରିଛନ୍ତି। ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ମଙ୍ଗଳବାର ରାତିରେ ସହରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲ। ଏହାପରେ ଲୋକମାନେ ଘରୁ ବାହାରକୁ ଆସିଯାଇଥିଲେ। ଭୁକମ୍ପରେ ତୀବ୍ରତା ଏତେ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଅଟ୍ଟାଳିକା ଥରିଥିବାର ଦେଖାଯାଇଥିଲା। ଏପରିକି ଅନେକ ସ୍ଥାନରେ ଫାଟ୍‌ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ପରିମାଣ ନେଇ ସୂଚନା ମିଳିନାହିଁ।

Leave A Reply

Your email address will not be published.