Odisha Link
Bridging the Missing Links in Odisha

ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଆର୍ଥିକ ରାଶି ସହ ଗ୍ରୁପ ‘ଏ’ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ସରକାର। ପ୍ରମୋଦ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଏହି ପୁରସ୍କାର ରାଶି ଦିଆଯିବ।

ସୂଚନା।ଯୋଗ୍ୟ, ଟୋକିଓ ପାରାଅଲିମ୍ପିକ୍ସର ବ୍ୟାଡ଼ମିଣ୍ଟନ ଖେଳରେ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ପଦକ ବିଜେତାଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର। ସ୍ୱର୍ଣ୍ଣକୁ ୬ କୋଟି, ରୌପ୍ୟକୁ ୪ କୋଟି ଓ କାଂସ୍ୟ ପଦକ ବିଜେତାଙ୍କୁ ୨.୫ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ ସରକାର।

ତେବେ ପୂର୍ବ ଘୋଷଣା ମୁତାବିକ ପ୍ରମୋଦ ଭଗତଙ୍କୁ ୬ କୋଟି ଟଙ୍କାର ପୁରସ୍କାର ଦିଆଯିବ। ଏହାସହିତ ଗ୍ରୁପ ‘ଏ’ ସରକାରୀ ଚାକିରି ଦେବାକୁ ମଧ୍ୟ ଘୋଷଣା ହୋଇଛି। ପ୍ରମୋଦ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଏହି ପୁରସ୍କାର ରାଶିର ଚେକ୍‌ ଦିଆଯିବ।