Odisha Link
Bridging the Missing Links in Odisha

ବିନା ଅଧ୍ୟାପକରେ ରେଙ୍ଗାଳି +୨ କଲେଜରେ ପଢ଼ୁଛନ୍ତି ୧୨୮ ଛାତ୍ରଛାତ୍ରୀ

ରେଙ୍ଗାଳି: ବିନା ଅଧ୍ୟାପକରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏଭଳି ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ସ୍ଥିତ ରେଙ୍ଗାଳି ପ୍ରକଳ୍ପ କଲେଜରେ। ବିନା ଅଧ୍ୟାପକରେ କଲେଜରେ ପାଠ ପଢ଼ୁଛନ୍ତି ୧୨୮ ଜଣ ଛାତ୍ରଛାତ୍ରୀ।

୧୯୮୩ ମସିହାରେ ରେଙ୍ଗାଳି ବହୁମୁଖୀ ଜଳଭଣ୍ଡାର ଯୋଜନାରେ ରେଙ୍ଗାଳି ପ୍ରକଳ୍ପ କଲେଜ ସ୍ଥାପିତ ହୋଇଥିଲା।  ଜଳ ସଂପଦ ବିଭାଗ ପକ୍ଷରୁ କଲେଜରେ ପ୍ରିନ୍ସିପାଲ ଓ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ୁଥିଲେ। ମାତ୍ର ବର୍ତ୍ତମାନ କଲେଜର ସମସ୍ତ ଅଧ୍ୟାପକ ଏବଂ ପ୍ରିନ୍ସିପାଲଙ୍କ ଅବସର ନେଇଥିଲେ ହେଁ କୌଣସି ନୂଆ ପ୍ରିନ୍ସିପାଲ କିମ୍ବା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ବିନା ଅଧ୍ୟାପକରେ କେବଳ ଚାଲିଛି କଲେଜ।

ଏଥିସହ କଲେଜରେ କଳା ଓ ବିଜ୍ଞାନ ଶେଷ ବର୍ଷରେ ପାଠ ପଢ଼ୁଛନ୍ତି ୧୨୮ ଜଣ ଛାତ୍ରଛାତ୍ରୀ। ଏବେ ୧୨୮ ଜଣ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଅନିଶ୍ଚିତତା ଭିତରେ ରହିଛି।

Leave A Reply

Your email address will not be published.