Odisha Link
Bridging the Missing Links in Odisha

ନିର୍ବାଚନ ଲଢ଼ିବେନି କଂଗ୍ରେସର ଆଠଗଡ଼ ପ୍ରାର୍ଥୀ; ଫେରସ୍ତ କଲେ ଦଳୀୟ ଟିକେଟ୍

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି।

ଏସବୁ ମଧ୍ୟରେ ସବୁଠୁ ବେଶୀ ଚର୍ଚ୍ଚାର ବିଷୟ ପାଲଟିଛି ଆଠଗଡ଼ ରାଜନୀତି। ଆଠଗଡ଼ ବିଧାନସଭା ଆସନରୁ ବିଜେଡି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଥିବାବେଳେ ଆଠଗଡ଼ରୁ ଅଭୟ ବାରିକଙ୍କୁ ବିଜେପି ପ୍ରାର୍ଥୀ କରିଛି। କଂଗ୍ରେସ ଆଠଗଡ଼ରୁ ମେହବୁବ ଅହମ୍ମଦ ଖାନ୍‌ଙ୍କୁ ପ୍ରାର୍ଥୀ ପାଇଁ ଟିକେଟ ଦେଇଥିବାବେଳେ ଆଜି ସେ ଦଳୀୟ ଟିକେଟ ଫେରସ୍ତ କରିଥିବା ଜଣା ପଡିଛି। କଟକ ଲୋକସଭା ପ୍ରାର୍ଥୀ ଚୟନରେ ଖପ୍ପା ହୋଇ ଫେରାଇଲେ। କଟକ ଲୋକସଭା ପାଇଁ କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ବିଭୁତି ମିଶ୍ରଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଲେ।

Leave A Reply

Your email address will not be published.