Odisha Link
Bridging the Missing Links in Odisha

ରାଜ୍ୟରେ ଅସହ୍ୟ ତାତି; ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର୍

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ପାର କରିଥିବାବେଳେ ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା।

ବର୍ତମାନ ସୁଦ୍ଧା ରାଜଧାନୀରେ ଚଳିତବର୍ଷ ପ୍ରଥମଥର ୪୫ ଡିଗ୍ରୀ ଅତିକ୍ରମ କଲା ତାପମାତ୍ରା। ବର୍ତ୍ତମାନ ସୁଦ୍ଧା ୩୭୬ ଜଣ ଅଂଶୁଘାତ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ରେ ସର୍ବାଧିକ ୬୦,ମୟୂରଭଞ୍ଜରେ ୫୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସାରକଜାରୀ ଦସ୍ତାବିଜ ଅନୁସାରେ ଅଂଶୁଘାତ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ, ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ୱରରେ ୪୬ ଡିଗ୍ରୀ ଛୁଇଁଲା ତାପମାତ୍ରା। ଯାହା ଚଳିତବର୍ଷର ସର୍ବାଧିକ ତାପମାତ୍ରା ଭାବେ ରେକର୍ଡ ହୋଇଛି।

Leave A Reply

Your email address will not be published.