Odisha Link
Bridging the Missing Links in Odisha

ଭାରତୀୟ ଦଳରୁ ବାଦ୍‌ ପଡ଼ିଲେ ଏହିସବୁ ଷ୍ଟାର ଖେଳାଳି, କିଏ ଇନ୍‌ କିଏ ଆଉଟ୍‌ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ଭାରତୀୟ କ୍ରିକେଟ ବୋର୍ଡ ଆଜି ବିଶ୍ବକପ୍‌ ଅଭିଯାନ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଉପଅଧିନାୟକ ଦାୟିତ୍ବ ଦେଇଛି। ସେହିପରି ଦେଢ଼ ବର୍ଷ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଋଷଭ ପନ୍ତ।

ଗ୍ରୁପ୍‌ ଏ ରେ ସ୍ଥାନ ପାଇଥିବା ଭାରତୀୟ ଦଳ ବିଶ୍ବକପ୍‌ ଅଭିଯାନ ଜୁନ୍‌ ୫ ତାରିଖରୁ ଆରମ୍ଭ କରିବ। ଆୟରଲ୍ୟାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦଳ। ଏଥିସହିତ ପାକିସ୍ତାନ, କାନାଡା, ଆମେରିକା ବିପକ୍ଷରେ ମଧ୍ୟ ଗ୍ରୁପ୍‌ ଷ୍ଟେଜ ମୁକାବିଲା ଖେଳିବ ଭାରତ।

ସବୁଠୁ ବଡ଼କଥା ହେଲା ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଦମଦାର ଫର୍ମରେ ଥିବା ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଦୀନେଶ କାର୍ତ୍ତକଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସେହିପରି କେଏଲ ରାହୁଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ। ଆଉ ସବୁଠୁୁ ବଡ଼କଥା ହେଲା ଦମଦାର ଫର୍ମରେ ଥିବା ଚେନ୍ନାଇର ଅଧିନାୟକ ଋତୁରାଜଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ। ରିଙ୍କୁ ସିଂ, ଶୁଭମନ ଗିଲ ଦମଦାର ଫର୍ମରେ ଥିବା ସୁଦ୍ଧା ୧୫ ଜଣିଆ ଦଳରେ ସ୍ଥାନ ପକ୍କା କରି ପାରି ନାହାନ୍ତି। ଦଳ ତାଙ୍କୁ ଅତିରିକ୍ତ ଖେଳାଳି ଭାବେ ଦଳରେ ରଖିଛି। ସେହପରି ବୋଲିଂରେ ଟି ନଟରାଜନ, ସନ୍ଦୀପ ଶର୍ମା ଭଲ ଫର୍ମରେ ଥିବା ସତ୍ତ୍ବେ ଦଳରେ ସୁଯୋଗ ମିଳିନାହିଁ ।

ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆ:
ରୋହିତ ଶର୍ମା, ବିରାଟ କୋହଲି, ଯଶ୍ବସୀ ଜୟଶଓ୍ବାଲ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶିବମ ଦୁବେ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ଓ ଚହଲଙ୍କୁ ଦଳରେ ସ୍ଥାନ ମିଳିଛି। ସେହିପରି ୪ ଜଣ ଖେଳାଳିଙ୍କୁ ଅତିରିକ୍ତ ଖେଳାଳି ଭାବେ ଦଳରେ ସ୍ଥାନ ମିଳିଛି। ଶଭୁମନ ଗିଲ, ରିଙ୍କୁ ସିଂ, ଖଲିଲ ଅହମଦ ଓ ଆଭେଶ ଖାନ ଅତିରିକ୍ତ ଖେଳାଳି ଭାବେ ସ୍ଥାନ ପାଇଛନ୍ତି।

Leave A Reply

Your email address will not be published.