Odisha Link
Bridging the Missing Links in Odisha

ବର୍ଷାରେ ଦିଲ୍ଲୀ ବିମାନବନ୍ଦର ପାଲଟିଲା ସୁଇମିଂ ପୁଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ପ୍ରବଳ ବର୍ଷାର ପ୍ରଭାବ ରାସ୍ତାଘାଟ ସହ ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରରେ ଅଧିକ ବର୍ଷା କାରଣରୁ ବିମାନବନ୍ଦରରେ ଗୋଳିଆ ପାଣି ପଶିଯାଇଥିଲା, ଯାହାର ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସିଛି।

ଦିଲ୍ଲୀ ବିମାନବନ୍ଦର ଭିତର ଚାରିଆଡେ ଗୋଳିଆ ପାଣି ଦେଖିବାକୁ ମିଳିଛି। ତେବେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁସାରେ, ବର୍ତ୍ତମାନ ପାଣି ନିଷ୍କାସିତ ହୋଇଛି ଏବଂ ଏବେ ବିମାନବନ୍ଦରରେ ଆଉ ପାଣି ନାହିଁ। ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି ଯେ, “ହଠାତ୍ ପ୍ରବଳ ବର୍ଷା ହେତୁ ଅଳ୍ପ ସମୟ ପାଇଁ ଦିଲ୍ଲୀ ବିମାନବନ୍ଦର ଭିତରେ ପାଣି ଜମି ରହିଥିଲା। ଆମ ଟିମ ତୁରନ୍ତ ପାଣିକୁ ନିଷ୍କାସିତ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ‘ସଫ୍‌ଦରଗଞ୍ଜ୍‌ ଅବଜର୍‌ଭେଟରି’ ୧,୧୦୦ ମିଲିମିଟର୍‌ ବର୍ଷା ରେକର୍ଡ କରିଛି। ଫଳରେ ୨୦୦୩ରେ ୧,୦୫୦ ମିଲିମିଟର୍‌ ବୃଷ୍ଟିପାତ ହୋଇ ଯେଉଁ ମୌସୁମୀ ବର୍ଷା ରେକର୍ଡ ସୃଷ୍ଟି ହୋଇଥିଲା ତାହା ଆଜି ଭାଙ୍ଗିଯାଇଛି।

Leave A Reply

Your email address will not be published.