Odisha Link
Bridging the Missing Links in Odisha

ବିଜେଡ଼ିରେ ମିଶ୍ରଣ ପର୍ବ

କୋରାପୁଟ: ବିଜେଡ଼ିରେ ମିଶ୍ରଣ ପର୍ବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି। କୋରାପୁଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡ଼ିରେ ଯୋଗ ଦେଇଛନ୍ତି। ସେ ନିଜର କର୍ମୀ ଓ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପାଇଁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସୁବାଷ ସିଂ, ରବି ନନ୍ଦ, ରମେଶ ମାଝୀ, ମନ୍ତ୍ରୀପଦ୍ମିନୀ ଦିୱାନ ପ୍ରମୁଖଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଛନ୍ତି।

ଶ୍ରୀ ମାଝୀ ୨୦୧୪ରେ କୋରାପୁଟ ଜିଲ୍ଲା କୋଟପାଡ଼ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ସେ ମଧ୍ୟ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢି ସେ ପରାଜିତ ହୋଇଥିଲେ। ତେବେ ସେ ୬୦ ହଜାର ଭୋଟ ପାଇଥିଲେ। ସେ ବିଜେଡ଼ିରେ ଯୋଗ ଦେବା ଫଳରେ ଜିଲ୍ଲାରେ କଂଗ୍ରେସ ଦୁର୍ବଳ ହେବା ଆଶଙ୍କା ରହିଛି।

Leave A Reply

Your email address will not be published.