Odisha Link
Bridging the Missing Links in Odisha

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲା: ୨ ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍‌

କଟକ: ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ୍‌ ଦୁଇ ଜଣ ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍‌ ଜାରି କରିଛି। ଦୁଇ ଜଣ ୱେବ୍‌ ସାମ୍ବାଦିକ ହେଲେ ଅସିତ୍‌ ରାଉତ ଏବଂ ଦିପ୍ତୀମୟ। ଦୁଷ୍ମନ୍ତଙ୍କ ସହ ଉକ୍ତ ୨ ସାମ୍ବାଦିକ ସମ୍ପର୍କ ନେଇ ଖୋଳତାଡ କରିବ ପୁଲିସ।

ବୁଧବାର ଥାନାରେ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ଉଭୟ ସାମ୍ବାଦିକ ଦୁଷ୍ମନ୍ତଙ୍କ ମୃତ୍ୟୁ ପୂର୍ବର ବାରମ୍ବାର ଯୋଗାଯୋଗରେ ଥିଲେ। ଗତ ୭ ତାରିଖରେ ବିଧାନସଭା ଚାଲିଥିବା ବେଳେ ଦୁଷ୍ମନ୍ତ ନିଜ ହାତ କାଟି ବିରୋଧ ପ୍ରଦର୍ଶନ କରିଥିଲେ। ପରେ ସେ ବିଷ ପିଇ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ମନ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରବର୍ତ୍ତୀ ସମୟରେ ଏସ୍‌ସିବିକୁ ପଠାଇଥିଲା। ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.