Odisha Link
Bridging the Missing Links in Odisha

ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର କରାଯିବ: ତେଲେଙ୍ଗାନା ଶ୍ରମମନ୍ତ୍ରୀ

ହାଇଦ୍ରାବାଦ: ଖୋଜି ଖୋଜି ତାଙ୍କୁ ବାହାର କରିବୁ ଆଉ ଏନ୍‌କାଉଣ୍ଟର କରିବୁ। ହାଇଦ୍ରାବାଦ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ‘ଏନ୍‌କାଉଣ୍ଟର୍‌’ କରି ହତ୍ୟା କରାଯିବ ବୋଲି ତେଲେଙ୍ଗାନା ଶ୍ରମମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଛନ୍ତି। ହାଇଦ୍ରାବାଦର ସୈଦାବାଦରେ ‘୬ବର୍ଷୀୟ ବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା’ କଥା ପଚରାଯିବାରୁ ମଲ୍ଲା ରେଡ୍ଡୀ କହିଛନ୍ତି, ଆମେ ତାକୁ ନିଶ୍ଚୟ ଗିରଫ କରି ଏନ୍‌କାଉଣ୍ଟର୍‌ କରିବୁ।

ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ସରବ୍ୟ ‌ହୋଇଥିବା ୬ ବର୍ଷୀୟ ବାଳିକାକୁ ‘ତ୍ବରିତ ନ୍ୟାୟ’ ଦିଆଯିବ ବୋଲି ମଲ୍ଲା ରେଡ୍ଡୀ ପ୍ରତିଶ୍ରୁତି ଦେଇଛନ୍ତି। ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରେଡ୍ଡୀ ସାମ୍ବାଦିକମାନଙ୍କ ସହ ଆଳାପ ସମୟରେ କହିଛନ୍ତି, ଆମେ ତା’ର ପରିବାରବର୍ଗଙ୍କୁ ଭେଟିବୁ ଓ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବୁ। ଆମେ ତା’ର ପରିବାରକୁ ସାହାଯ୍ୟ କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତକୁ ଆମେ ନିଶ୍ଚୟ ଧରିବୁ ଏବଂ ଏନ୍‌କାଉଣ୍ଟର୍‌ କରି ମାରିବୁ। ତାକୁ ଛାଡ଼ିବାର କଥା ହିଁ ଉଠୁନାହିଁ।

ଦୁଷ୍କର୍ମକାରୀଙ୍କୁ ଖୋଜିବା ଲାଗି ପ୍ରାୟ ୧୫ଟି ପୁଲିସ ଟିମ୍‌ ଗଠନ କରାଯାଇ ମହାରାଷ୍ଟ୍ର ଏବଂ ହାଇଦ୍ରାବାଦକୁ ପଠାଯାଇଛି। ଫେରାର ଅଭିଯୁକ୍ତଙ୍କ ସୂଚନା ଦେଇ ପାରିଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୂର୍ବରୁ ହାଇଦ୍ରାବାଦ ପୁଲିସ ଘୋଷଣା କରିଛି।