Odisha Link
Bridging the Missing Links in Odisha

ଆଜି ଇଞ୍ଜିନିୟର ଦିବସ

ଭୁବନେଶ୍ୱର: ଆଜି ଇଞ୍ଜିନିୟର ଦିବସ। ଭାରତରତ୍ନ ସାର୍‌ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟ ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ। ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମୈସୁର ଦିୱାନ ଥିଲେ। ୧୯୫୫ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଜନମଙ୍ଗଳରେ ଅତୁଳନୀୟ ଅବଦାନ ପାଇଁ ରାଜା ଜର୍ଜ ପଞ୍ଚମଙ୍କ ଦ୍ୱାରା ସେ ବ୍ରିଟିଶ ଇଣ୍ଡିଆ ସାମ୍ରାଜ୍ୟର ନାଇଟ୍‌ କମାଣ୍ଡର ଭାବେ ନାଇଟ୍‌ ଉପାଧି ଲାଭ କରିଥିଲେ। ତାଙ୍କ ଅବଦାନକୁ ମନେରଖିବା ପାଇଁ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ଇଞ୍ଜିନିୟର ଦିବସ ରୂପେ ପାଳନ କରାଯାଏ।

ବିଶ୍ୱେଶ୍ୱରାୟ ଅନେକ ନାମୀ ସଂସ୍ଥା ସହ ମିଶି ଦେଶର ବିଭିନ୍ନ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ। ହାଇଦ୍ରାବାଦ୍‌ର ବନ୍ୟା ନିରାପତ୍ତା ପ୍ରଣାଳୀର ସେ ଥିଲେ ମୁଖ୍ୟ ଡିଜାଇନର୍‌। ମୈସୁର କୃଷ୍ଣରାଜସାଗର ଡ୍ୟାମ୍‌ ନିର୍ମାଣର ମୁଖ୍ୟ ଇଞ୍ଜିନିୟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ବିଶ୍ୱେଶ୍ୱରାୟ ୧୮୬୦, ସେପ୍ଟେମ୍ବର ୧୫ରେ ମୁଲୁକାନାଡୁ(ତେଲୁଗୁ) ର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ।

Leave A Reply

Your email address will not be published.