Odisha Link
Bridging the Missing Links in Odisha

ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ

କଟକ: ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ। ମନୋରମାଙ୍କ ୮୭ ବର୍ଷ ବୟସରେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ମନୋରମାଙ୍କ ଦେହାନ୍ତ ଘଟିଛି। ସାମ୍ବାଦିକା, ଲେଖିକା, ସମାଜସେବୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମନୋରମା ୧୯୩୪ ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ଯୁବାବସ୍ଥା ଅତିବାହିତ କରିଥିଲେ ମନୋରମା। ତାଙ୍କ ବାପା ଡକ୍ଟର ରାଧାନାଥ ରଥ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ।

ସେ ରେଭେନ୍ସା କଲେଜ ଏବେର ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ୪୦ରୁ ଅଧିକ ବହି ଲେଖିଥିବା ବେଳେ ଏକାଧିକ ବହି ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି । ଏକାଧିକ ଥର ସେ ପୁରସ୍କୃତ ହୋଇଛି । ତାଙ୍କ ଲିଖିତ ଗଦ୍ୟ ଓ ପଦ୍ୟ ପୁସ୍ତକରେ ସମୟ ଓ ସମାଜର କଥା ବର୍ଣ୍ଣିତ । ତାଙ୍କ ଲିଖିତ ପ୍ରଥମ ପୁସ୍ତକ ହେଉଛି ‘ଜୁଆର ଯେଉଁଠି ଉଠେ’ ।

Leave A Reply

Your email address will not be published.