Odisha Link
Bridging the Missing Links in Odisha

ଅନନ୍ତ ବ୍ରତ ପାଇଁ ଗାଇଡଲାଇନ ଆଣିଲା ବିଏମସି

ଭୁବନେଶ୍ବର: ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି। ଆସନ୍ତାକାଲି ଅନନ୍ତ ବ୍ରତ ପଡୁଥିବାରୁ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଗାଇଡଲାଇନ ଧାର୍ଯ୍ୟ କରିଛି ଭୁବନେଶ୍ୱର ମହାନଗର ନିଗମ। ଆସନ୍ତାକାଲି ଅନନ୍ତ ବ୍ରତ ସକାଶେ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇପାରେ। ଯାହା ଫଳରେ କୋଭିଡ୍ ନିୟମ ଭଙ୍ଗ ହେବା ସହିତ ସଂକ୍ରମଣ ମଧ୍ୟ ବଢିପାରେ।

ବିଏମସି ଗାଇଡଲାଇନ ମୁତାବକ, ଅନନ୍ତ ବ୍ରତରେ ମନ୍ଦିରରେ ସାଧାରଣ ଦର୍ଶନ ଏବଂ ମହାପ୍ରସାଦ ସେବନ ହୋଇପାରିବ ନାହିଁ। ତା ସହିତ କେବଳ ମନ୍ଦିରର ପୂଜକମାନଙ୍କୁ ନେଇ ବିଧି ପାଳନ ହେବ। ତତ୍ ସହିତ ମନ୍ଦିରରେ କୋଭିଡ୍ କଟକଣା ମଧ୍ୟ କଡାକଡି ଭାବେ ପାଳନ ହେବ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅନ୍ୟପଟେ ମନ୍ଦିରରେ କେବଳ ଡବଲ ଡୋଜ୍ ଟିକା ନେଇଥିବା ପୂଜକ ହିଁ ମନ୍ଦିରରେ ପ୍ରବେଶ କରି ପୂଜା ବିଧି ପାଳନ କରିବେ। ତାଙ୍କ ସହିତ ଅନ୍ୟ କେହି ଭକ୍ତ ମନ୍ଦିର ପ୍ରବେଶ କରିପାରିବେ ନାହିଁ। କେବଳ ସେତିକି ନୁହେଁ, ମନ୍ଦିର ପ୍ରଶାସନ ମଧ୍ୟ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ, ସେନେଇ ଧ୍ୟାନ ରଖିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.