Odisha Link
Bridging the Missing Links in Odisha

୯ ମାସର ଶିଶୁ ସହ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: ୯ ମାସର ଶିଶୁ ସହ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର। ଏମିତି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁର ବ୍ୟାଦରହଲ୍ଲୀ ଅଞ୍ଚଳରେ। ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ପୋଲିସ୍। ଚାରିଜଣ ରଶିରେ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ନଅ ମାସର ଶିଶୁର ଶବ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଜଣାପଡିଛି।

ତେବେ ସୌଭାଗ୍ୟବଶତଃ ଏହି ହୃଦୟବିଦାରକ ଘଟଣାରୁ ବଞ୍ଚିଯାଇଛି ଅଢ଼େଇ ବର୍ଷର କୁନି ଝିଅ। ଆଉ ସେ ପାଞ୍ଚ ଦିନ ଧରି ମୃତଦେହ ସହିତ ଘରେ ରହୁଥିଲା, ବର୍ତ୍ତମାନ କୁନି ଝିଅକୁ ସେଠାରୁ ଉଦ୍ଧାର କରାଯାଇଛି। ହେଲେ ଉଦ୍ଧାର ବେଳକୁ ଝିଅଟି ଅଚେତ ପ୍ରାୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୂରା ପରିବାର ଲୋକେ କିପରି ମରିଛନ୍ତି, ଆତ୍ମହତ୍ୟା କଲେ ନା କିଏ ମାରିଛି, ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣା ପଡିବ।

ମୃତକଙ୍କ ମଧ୍ୟରେ କୁନି ଝିର ମା’ ସିନଚନା(୩୪ ବର୍ଷ), ଜେଜେମା ଭାରତୀ(୫୧ ବର୍ଷ ), ମାଉସୀ ସିନ୍ଧୁରାଣୀ ( ୩୧ ବର୍ଷ), ମାମୁ ମଧୁସାଗର(୨୧ ବର୍ଷ), ୯ ମାସର ଶିଶୁ ସାମିଲ ଅଛନ୍ତି। ମାମୁ ମଧୁସାଗର ଯେଉଁ ରୁମ୍‌ରେ ଫାଶୀ ଲଗାଇ ଝୁଲିଥିଲେ, ସେହିଠାରୁ କୁନି ଝିଅକୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଚିକିତ୍ସା ପାଇଁ ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହ କୁନି ଝିଅର କାଉନସେଲିଂ ଆବଶ୍ୟକ ଆବଶ୍ୟକ ହେବ ବୋଲି ପୁଲିସ କହିଛି।

ଏଥିସହ ଘରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ଏହି ଘଟଣାରେ ଉଦ୍ଧାର ହୋଇଥିବା କୁନି ଝିଅର ଜେଜେବାପା ଶଙ୍କର ଆତଙ୍କିତ ଅବସ୍ଥାରେ ଅଛନ୍ତି। ତାଙ୍କ ଝିଅମାନେ ସ୍ୱାମୀଙ୍କ ସହ ଝଗଡ଼ା କରି ବାପ ଘରକୁ ପଳାଇ ଆସିଥିଲେ। ତେବେ ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପତ୍ନୀ ଭାରତୀ ସେମାନଙ୍କୁ ଘରେ ରହିବାକୁ ପ୍ରୋତ୍ସାହିତ କରିଥିବା ସେ କହିଛନ୍ତି।

Leave A Reply

Your email address will not be published.