Odisha Link
Bridging the Missing Links in Odisha

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ସରିଲା ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ଯାଏଁ ମୃତ୍ୟୁ ଉପରୁ ରହସ୍ୟ ଉଠିପାରି ନଥିବା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି। ପ୍ରାୟ ୪ ଘଣ୍ଟା ସମୟ ଧରି ଡିଟେକ୍ସନ ଟେଷ୍ଟ ଚାଲିଥିବା ସୂଚନା ମିଳିଛି। ଭୁବନେଶ୍ୱର ସ୍ଥିତ ଫୋରେନ୍ସିକ୍ ଲ୍ୟାବରେ ଏହି ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି। ଏଥିରେ ତଦନ୍ତକାରୀ ଅଧିକାରୀଙ୍କ ସମେତ କ୍ରାଇମ୍‌ ବ୍ରାଞ୍ଚର ୨ଟି ଟିମ୍‌ ସାମିଲ ଥିଲେ।

ତେବେ ସ୍ୱାମୀଙ୍କ ବିଷୟରେ ପଚାରିବାରୁ ବିଦ୍ୟାଭାରତୀ କାନ୍ଦି ପକାଇଥିବା ସୂଚନା ମିଳିଛି। ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ସୌମ୍ୟଙ୍କ ପରିବାର ଲୋକେ ଦାବି କରିଥିଲେ। ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ପ୍ରାୟ ୩ ଘଣ୍ଟା ମଧ୍ୟରେ ଡିଏଫଓଙ୍କୁ ପ୍ରାୟ ୧୦୦ ପ୍ରଶ୍ନ ପଚରା ଯାଇଥିଲା।

ସୂଚନାଯୋଗ୍ୟ, ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମାଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ସୌମ୍ୟଙ୍କ ମୃତ୍ୟୁକୁ ଦୁଇ ମାସ ପୂରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏହା ଉପରୁ ପରଦା ହଟିନାହିଁ। ଅପରପକ୍ଷେ ସୌମ୍ୟଙ୍କ ପରିବାର କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ସିବିଆଇକୁ ଦିଆଯିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.