Odisha Link
Bridging the Missing Links in Odisha

ଏସିଏଫ୍ ମୃତ୍ୟୁ ମାମଲା: ଆଜି ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ। ଭୁବନେଶ୍ୱରସ୍ଥିତ ଏସଏଫଏସଏଲରେ ବିଦ୍ୟାଭାରତୀଙ୍କର ଟେଷ୍ଟ କରାଯିବ। ନେଇ ତେବେ ଏହି ଟେଷ୍ଟ ପରେ ମୃତ୍ୟୁ ଉପରୁ ରହସ୍ୟ ଉଠିବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ, ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ପ୍ରାୟ ୩ ଘଣ୍ଟା ମଧ୍ୟରେ ଡିଏଫଓଙ୍କୁ ପ୍ରାୟ ୧୦୦ ପ୍ରଶ୍ନ ପଚରା ଯାଇଥିଲା। କିଛି ଧରି କ୍ରାଇମବ୍ରାଞ୍ଚ ନିରବ ରହିଥିବା ବେଳେ ଏହି ଟେଷ୍ଟ ନେଇ ଗଣମାଧ୍ୟମ ପାଖରେ ବି ସୂଚନା ନଥିଲା।

ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମାଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ସୌମ୍ୟଙ୍କ ମୃତ୍ୟୁକୁ ଦୁଇ ମାସ ପୂରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏହା ଉପରୁ ପରଦା ହଟିନାହିଁ। ଅପରପକ୍ଷେ ସୌମ୍ୟଙ୍କ ପରିବାର କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ସିବିଆଇକୁ ଦିଆଯିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.