Odisha Link
Bridging the Missing Links in Odisha

ମୋଟୁ ଥାନା ଆଇଆଇସି ଗିରଫ

ଭୁବନେଶ୍ୱର: ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ।  ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ନିଜ ଟୁଇଟର ହ୍ୟାଣ୍ଡଲ ଜରିଆରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗତକାଲି ସୁଶାନ୍ତଙ୍କ ଠାରୁ ୨ ଲକ୍ଷ ୮୦ଳହଜାର ଟଙ୍କା ମିଳିଥିଲା। ମୋଟୁରୁ ନିଜ ଘର ଫୁଲନଖରା ଆସୁଥିବାବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିବା ସହ ଟଙ୍କା ଜବତ କରିଥିଲା।  ତେବେ ଏହି ଟଙ୍କା କେଉଁଠୁ ଆସିଲା ସେ ସମ୍ପର୍କରେ ସୁଶାନ୍ତ  କିଛି ଉତ୍ତର ଦେଇପାରିନଥିଲେ। ପରେ ସୁଶାନ୍ତଙ୍କ ଘର ତନଖିବେଳେ ଏକ ସେଲ ଡିଡ ଠାବ କରାଯାଇଥିଲା।

ନିଜ ପତ୍ନୀଙ୍କ ନାମରେ ନିକଟରେ କିଣିଥିବା ପ୍ଲଟ ସେଲଡିଡ ମିଳିଥିଲା। ତାଙ୍କର ୧୦ଟି ବ୍ୟାଙ୍କର ପାସବୁକ୍ ଓ ବିଭିନ୍ନ ଜମିଜମା କାଗଜପତ୍ର ଜବତ କରାଯାଇଛି। ଗିରଫ ପରେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।

Leave A Reply

Your email address will not be published.