Odisha Link
Bridging the Missing Links in Odisha

ଯୋଗୀଙ୍କ ସଭା ପରେ ଗଙ୍ଗା ଜଳ ଛିଞ୍ଚି ସମାଜବାଦୀ ପାର୍ଟି ନେତା ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ସମ୍ଭଳର କୈଲାଦେବୀରେ ଜନସଭା କରିଥିଲେ। ଜନସଭା ପରେ ଉକ୍ତ ସ୍ଥାନରେ ଗଙ୍ଗା ଜଳ ଛିଞ୍ଚି ଶୁଦ୍ଧ କରିଥିଲେ ସମାଜବାଦୀ ପାର୍ଟି ନେତା ଭାବେଶ ଯାଦବ। ଏହି ମାମଲାରେ ପୋଲିସ ୧୦ ଜଣଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ, ୨୫୩ଏ ଓ ୫୦୫ ଆଧାରରେ ମାମଲା ରୁଜୁ କରିଛି। ଏଥିସହ ଭାବେଶ ଯାଦବଙ୍କୁ ଗିରଫ କରିଛି ପୋଲିସ।

ଯୋଗୀଙ୍କ ଗସ୍ତ ପରେ କୈଲାଦେବୀ ମାଟି ଅଶୁଦ୍ଧ ହୋଇ ଯାଇଛି। ସମାଜବାଦୀ ପାର୍ଟିର ଯୁବଜନ ସଭାର ପ୍ରଦେଶ ସଚିବ ଭାବେଶ ଯାଦବ ନିଜ ସମର୍ଥକଙ୍କ ସହ କୈଲାଦେବୀରେ ଗଙ୍ଗାଜଳ ଛିଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପରେ ଦେବୀ ଦେବତା ଓ ଜାତିଗତ ଆଧାରରେ ଲୋକଙ୍କୁ ଭେଦଭାବ ନେଇ କହିଥିଲେ। ଏନେଇ ବହଜୋଇ ଥାନାରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.