Odisha Link
Bridging the Missing Links in Odisha

ଧର୍ମାନ୍ତିକରଣ ମାମଲାରେ ସାମ୍ନାକୁ ଆସିଲା ପାକ୍ ଲିଙ୍କ୍

ଲକ୍ଷ୍ନୌ: ଧର୍ମାନ୍ତିକରଣ ମାମଲାରେ ସାମ୍ନାକୁ ଆସିଲା ପାକ୍ ଲିଙ୍କ୍। ଧର୍ମାନ୍ତିକରଣ ମାମଲାରେ ଗିରଫ ହୋଇଥିବା ମୌଲାନା କଲିମ୍ ସିଦ୍ଦିକଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ମୌଲାନାଙ୍କ ଚିନ୍ତାଧାରା କି, ସମସ୍ତ ହିନ୍ଦୁ ମୁସଲମାନ ହୋଇଯିବା ଆବଶ୍ୟକ। ଏହାସହ ମୌଲାନାଙ୍କୁ ଜେରା ପୋଲିସ ସୁରାକ ପାଇଛି କି ଭାରତରେ ଚାଲିିଥିବା ଧର୍ମାନ୍ତିକରଣ ମାମଲାରେ ପାକିସ୍ତାନର ସଂପୃକ୍ତି ରହିଛି। ଏନେଇ ପାକିସ୍ତାନ ଅର୍ଥ ବିନିଯୋଗ କରିବା ସହ ଟେକ୍ନିକାଲ ସହାୟତା ବି ଯୋଗାଇ ଦେଉଛି।

ଧର୍ମାନ୍ତିକରଣ ମାମଲାରେ ମୌଲାନା କଲିମ୍ ସିଦ୍ଦିକ ଚର୍ଚ୍ଚାର ରହୁଥିବା ବେଳେ ତାଙ୍କ ମୁହଁରେ ସବୁବେଳେ ଧର୍ମଚର୍ଚ୍ଚା ଚାଲିଥାଏ। ସେ ଉଚ୍ଚ ଶିକ୍ଷିତ ଥିଲେ ମଧ୍ୟ ତାଙ୍କର ବିଚାରଧାରା ମୁତାବକ ଦୈନିକ ୧ ଲକ୍ଷ ୨୪ ହଜାର ଲୋକ ନର୍କ ନିଆଁରେ ଜଳୁଛନ୍ତି। ତେଣୁ ସେ ଲୋକଙ୍କୁ ମୁସଲମାନ ହୋଇ ସ୍ୱର୍ଗପ୍ରାପ୍ତି ହେବାକୁ ଶିକ୍ଷା ଦେଇଥାନ୍ତି। ମୌଲାନା କଲିମ୍ ସିଦ୍ଦିକ ପୁରା ବିଶ୍ୱକୁ ମୁସଲମାନ କରିବାକୁ ଟାର୍ଗେଟ ରଖିଛନ୍ତି। ଏନେଇ ସେ ଭାରତରେ ଏପର୍ଯ୍ୟନ୍ତ ୫ ଲକ୍ଷ ଲୋକଙ୍କ ଧର୍ମାନ୍ତିକରଣ କରିଥିବା କୁହାଯାଉଛି।

ଉତ୍ତରପ୍ରଦେଶ ଏଟିଏସ ଅବୈଦ୍ଧ ଧର୍ମାନ୍ତିକରଣ ମାମଲାରେ ମୌଲାନା କଲିମ୍ ସିଦ୍ଦିକଙ୍କୁ ମୁଜାଫରନଗରରୁ ଗିରଫ୍ କରିଛି। ଜମିୟତ-ଏ- ବଲିଉଲ୍ଲାହା ଓ ଗ୍ଲୋବାଲ ପିସ୍ ସେଣ୍ଟରର ସଭାପତି କଲିମ ସିଦ୍ଧିକ ଉପରେ ଅବୈଦ୍ଧ ଧର୍ମାନ୍ତିକରଣ ରାକେଟ ଚଳାଉଥିବା ଅଭିଯୋଗ ରହିଛି। ଏହାସହ ଧର୍ମାନ୍ତିକରଣ ପାଇଁ ସେ ବିଦେଶରୁ ୩ କୋଟି ଟଙ୍କା ଆଣିଥିବା ଏଟିଏସ ଖୋଲାସା କରିଛି। ଏହାମଧ୍ୟରୁ ଦେଢ କୋଟି ଟଙ୍କା ବାହାରିନରୁ ଆଣିଥିବା ବେଳେ ବଳକା ଅର୍ଥ ନେଇ ଯାଞ୍ଚ ଚାଲିଛି। କେବଳ ଅର୍ଥ କାରବାର ନୁହେଁ ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଲୋଭ ଦେଖାଇବା ସହ ଧମକ ଦେବା ଭଳି ଅଭିଯୋଗ ରହିଛି ।

Leave A Reply

Your email address will not be published.