Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ସିଭିଲ ସର୍ଭିସ ମେନ ପରୀକ୍ଷାଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲ ସିଭିଲ ସର୍ଭିସ ମେନ ପରୀକ୍ଷାଫଳ। ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର। ଦ୍ଵିତୀୟ ସ୍ଥାନରେ ଅଛନ୍ତି ଜାଗୃତି ଆସ୍ୱସ୍ଥି। ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବିଟେକ କରିଥିବା ବେଳେ ଜାଗୃତି ମଧ୍ୟ ଜଣେ ବି.ଟେକ ଛାତ୍ରୀ।

ତୃତୀୟରେ ଅଙ୍କିତା ଜୈନ ଥିବାବେଳେ ଚତୁର୍ଥ ସ୍ଥାନରେ ୟସ ଜାଳୁକା ଅଛନ୍ତି। ସେହିପରି ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବାବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ର/ଛାତ୍ରୀ ଅଛନ୍ତି। ସେହିପରି ଏସସି ଓ ଏସଟି ବର୍ଗରୁ ଯଥାକ୍ରମେ ୧୨୨ ଜଣ ଓ ୬୧ ଜଣ ଛାତ୍ରଛାତ୍ରୀ ଅଛନ୍ତି।