Odisha Link
Bridging the Missing Links in Odisha

ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ। ଅରିନ୍ଦମଙ୍କ ଅକାଳ ବିୟୋଗ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସାମ୍ବାଦିକତା ଜଗତରେ ଏହି ଘଟଣା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ମୋର ବନ୍ଧୁ ଅରିନ୍ଦମଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ । ଦୁଃସାହସିକ ରିପୋର୍ଟିଂ କରି ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡିଆ ଗଣମାଧ୍ୟମ ପାଇଁ ଅପୂରଣୀୟ ଶୂନ୍ୟସ୍ଥାନ ।

ଶୁକ୍ରବାର ମୁଣ୍ଡଳୀଠାରେ ହାତୀଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ପାଣି ଭିତରକୁ ଯାଇଥିଲା। ଏହି ସମୟରେ ଓଡ୍ରାଫ୍ ଟିମର ବୋଟ୍ ଓଲଟି ପଡିଥିଲା। ଏହି ବୋଟରେ ଓଡ୍ରାଫ୍ ଟିମ ସହିତ ଓଟିଭିର ଦୁଇ ସାମ୍ବାଦିକ ମଧ୍ୟ ରହିଥିଲେ। ହେଲେ ପାଣିର ପ୍ରଖୋର ସ୍ରୋତ ଭିତରେ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଏସସିବିର ମୁଖ୍ୟ ଚିକିତ୍ସାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ତାଙ୍କର ଦେହାନ୍ତ ପରେ ଏବେ ସାମ୍ବାଦିକତା ଜଗତରେ ଶୋକ ଖେଳିଯାଇଛି।

Leave A Reply

Your email address will not be published.