Odisha Link
Bridging the Missing Links in Odisha

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି।

ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ପଞ୍ଜାବର ଭବିଷ୍ୟତ ପାଇଁ ସେ କୌଣସି ପ୍ରକାରର ସାଲିସ କରିବାକୁ ଚାହୁଁ ନାହାନ୍ତି। ଏହାସହ ସେ କଂଗ୍ରେସରେ ରହିବେ ବୋଲି ଲେଖିଛନ୍ତି। ମାତ୍ର ୭୨ ଦିନ ପରେ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।