Odisha Link
Bridging the Missing Links in Odisha

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର ବୃଦ୍ଧି ହେବା ଫଳରେ ଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ତେଲ ବିତରଣ କମ୍ପାନୀମାନେ ଆଜି ଜାରି କରିଥିବା ନୂଆ ଦାମ ଅନୁଯାୟୀ ପେଟ୍ରୋଲ ୨୦ ରୁ ୨୨ ପଇସା ପ୍ରତିଲିଟର ମହଙ୍ଗା ହୋଇଛି । ସେହିଭଳି ଡିଜେଲ ଦର ୨୫ ପଇସା ପ୍ରତି ଲିଟର ବୃଦ୍ଧିପାଇଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୨୦ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୧.୩୯ ଟଙ୍କା ଥିବାବେଳେ ଏବଂ ଡିଜେଲ ୨୫ ପଇସା ବୃଦ୍ଧିପାଇ ୮୯.୫୭ ଟଙ୍କା ପ୍ରତିଲିଟରରେ ପହଞ୍ଚିଛି। ଗତ ୫ ଦିନରେ ୪ ଥର ମହଙ୍ଗା ଘଟି ୯୫ ପଇସା ବୃଦ୍ଧିପାଇଲାଣି ଡିଜେଲ ଦର। ଆଜି ପୁଣିଥରେ ୨୫ ପଇସା ବୃଦ୍ଧିପାଇଛି ଡିଜେଲ ଦର। ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଟଙ୍କା ବଢିଲାଣି ଡିଜେଲ ଦର। ଅନ୍ୟପଟେ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ବଢିଛି ପେଟ୍ରେଲ ଦର। ଏହା ପୂର୍ବରୁ ଲମ୍ବା ସମୟ ଧରି ପେଟ୍ରୋଲ ଦାମ ସ୍ଥିର ଥିଲା।

ସେହିଭଲି ଭୁବନେଶ୍ବରରେ ମଧ୍ୟ ଆଜି ପେଟ୍ରୋଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ୨୭ ପଇସା ବୃଦ୍ଧି ପାଇ ୧୦୨.୩୧ ଟଙ୍କା ପ୍ରତିଲିଟର ରହିଛି। ଗତକାଲି ପେଟ୍ରୋଲ ୫୫ ପଇସା ହ୍ରାସ ପାଇଥିଲା। ସେହିଭଳି ଭୁବନେଶ୍ବରରେ ଡିଜେଲ ଦର ମଧ୍ୟ ୩୩ ପଇସା ବୃଦ୍ଧିପାଇଛି। ଆଜି ଦାମ ରହିଛି ୯୭.୭୨ ଟଙ୍କା ପ୍ରତି ଲିଟର। ଗତକାଲି ଭୁବନେଶ୍ବରରେ ଡିଜେଲ ଦର ୨୬ ପଇସା ହ୍ରାସ ପାଇଥିଲା।

Leave A Reply

Your email address will not be published.