Odisha Link
Bridging the Missing Links in Odisha

ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଗୋଧସ ଜଳପ୍ରପାତରୁ ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ। ରବିବାର ଦିନ ଜଳପ୍ରପାତକୁ ଡେଇଁ ପଡ଼ିଥିଲେ ଏହି ପ୍ରେମୀଯୁଗଳ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମୀଯୁଗଳ ଛତିଶଗଡ଼ ଅଂଚଳର ଗରିଆବନ୍ଧ ଜିଲ୍ଲାର ପିପଲଛେଡ଼ି ଥାନା ଅନ୍ତର୍ଗତ ଥୁହାପାନି ଗାଁର ବୋଲି ଜଣାପଡ଼ିଛି। ୨ଦିନ ହେବ ଦୁଇଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା ବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ପ୍ରେମୀଯୁଗଳ ୨୬ ତାରିଖ ଦିନ ସେମାନେ ଏକ ବାଇକ୍‌ରେ ଏଠାକୁ ଆସିଥିଲେ। ସେମାନେ ବାଇକ୍‌ରୁ ଓହ୍ଲାଇବା ପରେ ଜଳ ପ୍ରପାତକୁ ଡେଇଁ ପଡ଼ିଥିଲେ। ତେବେ ସେମାନେ ଜଳ ପ୍ରପାତକୁ ଡେଇଁବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଦେଖିଥିଲେ। ସେମାନେ ଏନେଇ ଧରମବନ୍ଧା ଥାନାରେ ଜଣାଇଥିଲେ।

ଥାନା ଅଧିକାରୀ ସଂଯୁକ୍ତା ବାର୍ଲା ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ। ସେଠାରୁ ଏକ ଶାଗୁଆ ସାର୍ଟ, ଫୁଲ୍‌ ପ୍ୟାଣ୍ଟ ଓ ହାତ ଘଣ୍ଟା, ଟର୍ଚ୍ଚ ଲାଇଟ, ଜରିରେ ଥିବା ଆତ୍ମହତ୍ୟା ନୋଟ୍‌ ଜବତ କରିଥିଲେ। ଏହି ଆତ୍ମହତ୍ୟା ନୋଟ୍‌ରେ ଲେଖାଯାଇଛି ଯେ ଉଭୟ ଉଭୟଙ୍କୁ ପ୍ରେମ କରୁଛୁ। କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିବାରୁ ଆମେ ଆତ୍ମହତ୍ୟା କରୁଛୁ।

 

 

Leave A Reply

Your email address will not be published.