Odisha Link
Bridging the Missing Links in Odisha

କୁକୁରଙ୍କ ରଙ୍ଗ ବଦଳି ହେଲା ନୀଳ

ଋଷିଆ: ନୀଳବର୍ଣ୍ଣ ଶୃଗାଳ ଗପ ତ ଆପଣ ଶୁଣିଥିବେ। ଯିଏ ଦେହରେ ରଙ୍ଗ ବୋଳି ଜଙ୍ଗଲରେ ଅନ୍ୟ ପଶୁଙ୍କୁ ଭୟଭୀତ କରୁଥିଲା। ହେଲେ ଆପଣ କେବେ ନୀଳବର୍ଣ୍ଣ କୁକୁର କଥା ଶୁଣିଛନ୍ତି। ଏବେ ଦେଖିବାକୁ ମିଳୁଛି ନୀଳବର୍ଣ୍ଣର କୁକୁର। ଏଭଳି କୁକୁର ଏବେ ଋଷିଆର ଏକ ସହରରେ ଦେଖିବାକୁ ମିଳିଲାଣି। ପୂର୍ବରୁ ଏହି କୁକୁରଙ୍କ ରଙ୍ଗ ନୀଳ ନଥିଲା ଧୀରେ ଧୀରେ କୁକୁରର ରଙ୍ଗବଦଳିବା ସହ ନୀଳ ରଙ୍ଗ ହୋଇଛି। ଆଉ ଏଭଳି ଘଟଣା ପୂର୍ବରୁ ଭାରତରେ ମଧ୍ୟ ଘଟି ସାରିଛି।

ଋଷର ରାଜଧାନୀ ମସ୍କୋର ପୂର୍ବରେ ଥିବା ଜେରାଜିଂସ୍କ ସହରରେ ଏଭଳି କୁକୁରୁଙ୍କୁ ଏବେ ଦେଖିବାକୁ ମିଳୁଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଭିନ୍ନ ରାସାୟନିକ ଗ୍ୟାସ ପ୍ରଭାବରେ କୁକୁରଙ୍କ ରଙ୍ଗ ନୀଳ ଓ ସବୁଜ ରଙ୍ଗର ହୋଇଛି। ଏକ ଖାଲି ପଡିଥିବା କେମିକାଲ ପ୍ଲାଣ୍ଟରେ ଥିବା ରାସାୟନିକ ଗ୍ୟାସ୍ ଯୋଗୁଁ କୁକୁରଙ୍କ ରଙ୍ଗରେ ଏଭଳି ପରିବର୍ତ୍ତନ ହୋଇଛି। ଏଠାରେ ପୂର୍ବରୁ ପ୍ଲେକ୍ସିଗ୍ଲାସ ଓ ହାଇଡ୍ରୋସାଇନିକ ଏସିଡ ଉତ୍ପାଦନ କରାଯାଉଥିଲା। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳର ପାଣିରେ ହାଇଡ୍ରୋଜେନ ସାଇନାଇଡ ମିଶି ଯାଇଥିଲା। ଆଉ ଏହି ରାସାୟନିକ ପଦାର୍ଥ ବେଶ ବିଷାକ୍ତ।

ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏହି ରାସାୟନିକ ପଦାର୍ଥରେ ଥିବା କପର ସଲଫେଟର ପ୍ରଭାବରେ ଆସି କୁକୁରର ରଙ୍ଗ ବଦଳିଯାଇଛି। ତେବେ ବାସ୍ତବରେ କେଉଁ କାରଣରୁ କୁକୁରଙ୍କ ରଙ୍ଗ ବଦଳୁଛି ତାହା ଜଣାପଡିନଥିଲେ ମଧ୍ୟ କୁକୁରଙ୍ଗ ସ୍ୱାସ୍ଥ୍ୟ ଉପରେ ଅତି ଖରାପ ପ୍ରଭାବ ପକାଉଛି। ଏପରିକି କିଛି କୁକୁରଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି।

୨୦୧୫ରେ ଏହି କେମିକାଲ ପ୍ଲାଣ୍ଟକୁ ବନ୍ଦ କରାଯାଇଥିଲା । ତେବେ କୁକୁର ଏହା ଭିତରକୁ ଯେପରି ପ୍ରବେଶ ନ କରିପାରିବେ ସେଥିପାଇଁ ପ୍ଲାଣ୍ଟର ଚାରିପଟୁ ବନ୍ଦ କରି ରଖାଯାଇଥିଲା। କିନ୍ତୁ ଏବେ କୁକୁରର ରଙ୍ଗ ନୀଳ ପଡିବାରୁ ସ୍ଥାନୀୟ ପ୍ରଶାସନ ଏବେ କୁକୁରଙ୍ଗ ଚିକିତ୍ସା କରିବାକୁ ଡାକ୍ତରୀ ଟିମର ବନ୍ଦୋବସ୍ତ କରିଛି। ପୂର୍ବରୁ ମଧ୍ୟ ପ୍ଲାଣ୍ଟ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ କୁକୁର ଏଭଳି ରାସାୟନିକ ଗ୍ୟାସ୍ ସଂସ୍ପର୍ଶରେ ଆସିବା ସହ ରୋଗାଗ୍ରସ୍ତ ହୋଇଥିଲେ। ସେତେବେଳେ ମଧ୍ୟ କୁକୁରଙ୍କ ରଙ୍ଗ ନୀଳ ପଡି ଯାଇଥିଲା ।

୨୦୧୭ରେ ମୁମ୍ବାଇରେ ମଧ୍ୟ ନୀଳ ରଙ୍ଗର କୁକୁର ନଜର ଆସିଥିଲେ। ଏହି କୁକୁର ସେହି ନଦୀରେ ବୁଡିଥିଲେ ଯେଉଠି ସ୍ଥାନୀୟ ଫ୍ୟାକ୍ଟ୍ରି ରୁ ବିପୁଳ ମାତ୍ରାରେ କ୍ଲୋରାଇଡ ଛଡାଯାଉଥିଲା। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଫ୍ୟାକ୍ଟ୍ରିକୁ ବନ୍ଦ କରି ଦିଆଯାଇଥିଲା

Leave A Reply

Your email address will not be published.