Odisha Link
Bridging the Missing Links in Odisha

ରାଜ୍ୟରେ ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ବସ୍‌ଯାତ୍ରୀଙ୍କ ପାଇଁ ଆସିଛି ଭଲ ଖବର। କାରଣ ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ। ଯାତ୍ରୀଙ୍କ ଗମନାଗମନକୁ ଆହୁରି ସହଜ କରିବା ପାଇଁ ରାଜ୍ୟର ୨୨ ଟି ଜିଲ୍ଲାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ପ୍ରାୟ ସମସ୍ତ ବ୍ଲକକୁ ସଂଯୋଗ କରିବ।

‘ଗ୍ରାମାଞ୍ଚଳକୁ ସମସ୍ତ ପ୍ରକାର ସଂଯୋଗ ତଥା ସୁବିଧାସୁଯୋଗ ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ନୂଆ ବସ୍‌ଷ୍ଟାଣ୍ଡ ହେଲେ ଗ୍ରାମାଞ୍ଚଳର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେବେ। ରାଜ୍ୟରେ ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କେବଳ ସେତିକି ନୂୁହେଁ ରାଜ୍ୟରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟ ତଥା ଲୋକାଭିମୁଖି କାର୍ଯ୍ୟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହୁରି ଅନେକ ସୁବିଧାସୁଯୋଗ ଯୋଗାଇଦେବା ତଥା ଅର୍ଥନୈତିକ କାରବାର ପାଇଁ ସୁବିଧା ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ନୂଆ ବସ୍‌ଷ୍ଟାଣ୍ଡ ବେଶ୍‌ ସହାୟକ ହେବ ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.