Odisha Link
Bridging the Missing Links in Odisha

ପରଲୋକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ଓଏଲ୍‌ ବ୍ୟୁରୋ: ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଆଖି ବୁଜିଲେ ବିଜେଡିର ବରିଷ୍ଠ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଆଜି ମଧ୍ୟାହ୍ନରେ ଜଣେ ପୁଲିସ କର୍ମୀ ତାଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥଲେ। ଯାହାଫଳରେ ତାଙ୍କୁ ବ୍ରଜରାଜନଗରରୁ ଭୁବନେଶ୍ବର ଆପୋଲ ହସ୍ପିଟାଲ ଏୟାର ଲିଫ୍ଟ କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ।