Odisha Link
Bridging the Missing Links in Odisha

ବ୍ୟାଙ୍କକୁ ଫେରିଲାଣି ୮୮% ଦୁଇ ହଜାର ଟଙ୍କିଆ ନୋଟ୍, ଆଉ କେତେ କୋଟି ଆସିନି ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଯେ, ୮୮ ପ୍ରତିଶତ ଦୁଇ ହଜାଟ ଟଙ୍କିଆ ନୋଟଗୁଡ଼ିକ ଦେଶର ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଫେରି ଆସିଛି। ଜୁଲାଇ ୩୧ ସୁଦ୍ଧା ବଜାରରେ କେବଳ ୪୨ ହଜାର କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ବାକି ଅଛି।

ଆରିବିଆଇ ପକ୍ଷରୁ ଆହୁରି କୁହାଯାଇଛି ଯେ, ଜୁଲାଇ ୩୧ ସୁଦ୍ଧା ୩.୧୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରସ୍ତ କରାଯାଇଛି। ବର୍ତ୍ତମାନ କେବଳ ୪୨ ହଜାର କୋଟି ଟଙ୍କାର ନୋଟ ବଜାରରେ ପ୍ରଚଳିତ ହେଉଛି।

ଆରବିଆଇ ଅନୁଯାୟୀ, ୨୦ ମେ ୨୦୨୩ଠାରୁ, ବଜାରରେ ଥିବା ଦୁଇ ହଜାର ଟଙ୍କିଆ ନୋଟର ୮୮% ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି। ୩୧ ମାର୍ଚ୍ଚ ୨୦୨୩ ରେ, ୩.୬୨ ଲକ୍ଷ କୋଟି ଟଙ୍କାର ଦୁଇ ହଜାର ନୋଟ ବଜାରରେ ପ୍ରଚଳିତ ଥିଲା ।